ଏଲ୍‌ପିଜି ସିଲିଣ୍ଡରରେ ୪୦ ଲକ୍ଷର ବୀମା

ନୂଆଦିଲ୍ଲୀ/ଭୁବନେଶ୍ବର : ଏଲ୍‌ପିଜି ସିଲିଣ୍ଡର ଦୁର୍ଘଟଣା ଭଳି ମାମଲାରେ ଗ୍ରାହକ ୪୦ ଲକ୍ଷ ଟଙ୍କାର ବୀମା ରାଶି ପାଇବାର ବ୍ୟବସ୍ଥା ରହିଛି। ଏ ସମ୍ପର୍କିତ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ସ୍ଥାନୀୟ ଗ୍ୟାସ୍‌ ଏଜେନ୍ସି କିମ୍ବା କଂପାନି କର୍ତ୍ତୃପକ୍ଷ ଏ ସମ୍ପର୍କରେ ନିର୍ଦିଷ୍ଟ ଭାବେ କିଛି ଜାଣିନଥିବା କହିଛନ୍ତି। ତେବେ ଏବିଷୟରେ ସେମାନେ ଶୁଣିଥିବା କଥାକୁ ଅସ୍ବୀକାର କରିନାହାନ୍ତି। ଗ୍ରାହକମାନଙ୍କ ମଧ୍ୟରେ ଏହାକୁ ନେଇ ସଚେତନତାର ଘୋର ଅଭାବ ରହିଛି।

ଏ ସମ୍ପର୍କରେ ଜଣେ କଂପାନି ଅଧିକାରୀ କହିଛନ୍ତି ଯେ ଆମ ପାଖରେ ଏନେଇ କୌଣସି ଖବର ନାହିଁ। ତେବେ ବ୍ୟାଙ୍କ ବଜାର ଡଟ୍‌ କମ୍‌ ୱେବସାଇଟ୍‌ର ତଥ୍ୟ ଅନୁଯାୟୀ ଏଲ୍‌ପିଜି ସିଲିଣ୍ଡର ଉପରେ ୪୦ ଲକ୍ଷ ଟଙ୍କାର ବୀମା ସୁବିଧା ରହିଛି। ଏହି ବୀମା ରାଶି ପାଇବା ଲାଗି ଦୁର୍ଘଟଣାଗ୍ରସ୍ତ ଗ୍ରାହକଙ୍କ ପରିବାର ଲୋକଙ୍କୁ ଆବେଦନ କରିବାକୁ ପଡ଼ିବ। ଗ୍ରାହକ ଯେ‌ତେବେଳେ ଏଲ୍‌ପିଜି ସଂଯୋଗ ନେଇଥାନ୍ତି ସ୍ବତଃ ଭାବେ ସେମାନଙ୍କୁ ଏହି ସୁବିଧା ମିଳିଥାଏ। ଏଥିପାଇଁ ପ୍ରିମିୟମ୍ ଦେବାକୁ ପଡ଼େ ନାହିଁ। ତେବେ ଏଲ୍‌ପିଜି ସିଲିଣ୍ଡର ଦୁର୍ଘଟଣା ଭଳି ମାମଲା ବିଷୟରେ ପ୍ରଥମେ ଡିଲରଙ୍କୁ ତତ୍କାଳ ସୂଚନା ଦେବାକୁ ହେବ। କଂପାନିର ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିବେ।

ସମ୍ବନ୍ଧିତ ଖବର