୨୦୧୮ସୁଦ୍ଧା ୭.୫ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବ ଓ୍ଵାଇଫାଇ ହଟସ୍ପଟ

ନୂଆଦିଲ୍ଲୀ: ଦେଶର ସମସ୍ତଙ୍କୁ ଓ୍ଵାଇ-ଫାଇ ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଦେଶରେ ୨୦୧୮ଶେଷ ବେଳକୁ ସରକାର ପାଖାପାଖି ୭.୫ ଲକ୍ଷ ଲୋକଙ୍କ ପାଖରେ ଓ୍ଵାଇ-ଫାଇ ସୁବିଧା ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ଏହି ହଟସ୍ପଟ ଯୋଜନା ଜରିଆରେ ଲୋକମାନେ ହାଇସ୍ପିଡ ଇଣ୍ଟରନେଟ ସୁବିଧା ପାଇପାରିବେ।

ଏହାମୁଖ୍ୟତଃ ଅର୍ଦ୍ଧଗ୍ରାମାଞ୍ଚଳ ଓ ଗ୍ରାମୀଣ ଅଞ୍ଚଳରେ ଉପଲବ୍ଧ ହେବ। ଘରୋଇ ଅପରେଟର  ଉଦାହରଣ ସ୍ୱରୂପ: ଜିଓ, ରିଲାଏନ୍ସ, ଏୟାରଟେଲ, ବିଏସ୍‌ଏନ୍‌ଏଲ, ଭୋଡାଫୋନ, ଆଇଡିଆ ଭଳି କମ୍ପାନି ଏହି ସୁବିଧା ଗ୍ରାହକଙ୍କୁ ଓ୍ଵାଇଫାଇ ହଟସ୍ପଟ ସୁବିଧା ପ୍ରଦାନ କରାଇବ ବୋଲି ଅଣ୍ଟା ଭିଡିଛନ୍ତି।

ଏପରି କରିବା ପଛରେ ଲକ୍ଷ୍ୟ ରଖାଯାଇଛି କି , ଯେପରି ଲୋକମାନଙ୍କୁ ଇ-ଗଭର୍ଣ୍ଣସ ପାଇଁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଏ। ଡିଜିଟାଲାଇଜେନ୍ସ ବିକଶିତ କରଇବା ମଧ୍ୟ ଏହାର ଆଉ ଏକ ଲକ୍ଷ୍ୟ ରହିଛି। ଏତଦ୍‌ବ୍ୟତୀତ ଏହି ଯୋଜନା ଦ୍ୱାରା ଲୋକମାନେ ହାଇସ୍ପିଡ ଇଣ୍ଟରନେଟ କମ୍‌ ମୂଲ୍ୟରେ ପାଇ ପାରିବେ। ଭାରତରେ ୨୦୧୬ ପର୍ଯ୍ୟନ୍ତ କେବଳ ୩୧୦୦ ହଟସ୍ପଟ ରହିଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଫ୍ରାନ୍ସରେ ୧.୩କୋଟି, ୟୁଏଏସ ୯୮ଲକ୍ଷ, ୟୁକେ ୫୬ଲକ୍ଷ ହଟସ୍ପଟ ରହିଥିବା ସୂଚନା ମିଳିଛି।

ଅନିତା ସୁନ୍ଦରଜନଙ୍କ କହିବାନୁସାରେ, ଏଯାବତ୍‌ ୭୫୦୦୦ ଗ୍ରାମପଞ୍ଚାୟତରେ ଓ୍ଵାଇଫାଇ ପହଞ୍ଚି ପାରିଛି। ଆମର ଲକ୍ଷ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଏହାକୁ ୧ଲକ୍ଷରେ ପହଞ୍ଚାଇବୁ।

ସମ୍ବନ୍ଧିତ ଖବର