ଧନ ବଢ଼ାଇବାରେ ସମସ୍ତଙ୍କୁ ଟପିଲେ ଆଦାନି

ନୂଆଦିଲ୍ଲୀ: ନିଜ ସମ୍ପତ୍ତି ବଢ଼ାଇବାରେ ବିଶ୍ବର ଶ୍ରେଷ୍ଠ ଧନୀମାନଙ୍କୁ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ପଛରେ ପକାଇଦେଇଛନ୍ତି। ଗତବର୍ଷ ସେ ନିଜ ସମ୍ପତ୍ତି ୪୯୦୦ କୋଟି ଡଲାର ବଢ଼ାଇଛନ୍ତି ଯାହା ସାରା ବିଶ୍ବରେ ସର୍ବାଧିକ ବୋଲି ବିଚାର କରାଯାଉଛି। ସମ୍ପତ୍ତି ବଢ଼ାଇବାରେ ସେ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ଓ ଦ୍ବିତୀୟ ଶ୍ରେଷ୍ଠ ଧନୀ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ୧୦ ବର୍ଷରେ ଅମ୍ବାନିଙ୍କ ସମ୍ପତ୍ତି ୪୦୦% ବଢ଼ିଥିବା ବେଳେ ଆଦାନିଙ୍କ ସମ୍ପତ୍ତି ୧୮୩୦% ବଢ଼ିଛି।

ସମ୍ବନ୍ଧିତ ଖବର