୨ ବର୍ଷ ପରେ ଆଜିଠାରୁ ନିୟମିତ ଆନ୍ତର୍ଜାତିକ ବିମାନ ପୁନଃଉଡ଼ାଣ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷ ପରେ ଆଜିଠାରୁ ଭାରତ ନିୟମିତ ଆନ୍ତର୍ଜାତିକ ବିମାନ ପୁନଃଉଡ଼ାଣ ଆରମ୍ଭ କରିଥିବା କଥା ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍ ଏଭିଏସନ୍‌’ ଜାରି କରିଥିବା ଆଦେଶନାମାରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, କରୋନାଭାଇରସ୍‌ ମହାମାରୀ କାରଣରୁ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରଖିଥିଲା।

ଉପରୋକ୍ତ ଆଦେଶନାମାରେ ଉଲ୍ଲେଖ ଅଛି ଯେ, ନିଜ ନିଜର ଆନ୍ତର୍ଜାତିକ ସମୟ ନିର୍ଘଣ୍ଟ (ସ୍କିଡ୍ୟୁଲ୍‌) ଅନୁମୋଦନ ନିମନ୍ତେ ‘ସ୍କିଡ୍ୟୁଲ୍‌ଡ୍‌ ଫରେନ୍‌ କ୍ୟାରିୟର୍‌’ମାନେ ଆବେଦନ କରିଥିଲେ। ‘ସମର୍‌ ସ୍କିଡ୍ୟୁଲ୍‌ ୨୦୨୨ ଚଳିତ ବର୍ଷ ମାର୍ଚ ୨୭ରୁ  ଅକ୍ଟୋବର ୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ।

Image Courtesy of NDTV

ମରିସସ୍‌, ମାଲେସିୟା, ଥାଇଲାଣ୍ଡ୍‌, ତୁର୍କୀ, ଯୁକ୍ତରାଷ୍ଟ୍ର ଆମେରିକା, ଇରାକ୍‌ ଏବଂ ଅନ୍ୟାନ୍ୟ ଦେଶ ସମେତ ଆବେଦନ କରିଥିବା ୪୦ ଦେଶର ସମୁଦାୟ ୬୦ ବିଦେଶୀ ଏୟାର୍‌ଲାଇନ୍‌କୁ ‘ସମର୍‌ ସ୍କିଡ୍ୟୁଲ୍‌ ୨୦୨୨’ରେ ୧୭୮୩ ଥର ଭାରତକୁ ଯାତାୟାତ କରିବା ଲାଗି ଅନୁମ‌ୋଦନ ଦିଆଯାଇଛି।

‌କିନ୍ତୁ, ଇଣ୍ଡିଆ ସଲାମ୍‌ ଏୟାର୍‌, ଏୟାର୍‌ ଆରବିୟା ଆବୁ ଧାବି, କ୍ବାଣ୍ଟାସ୍‌ ଏବଂ ଆମେରିକାନ୍‌ ଏୟାର୍‌ଲାଇନ୍‌ ସମେତ ଅଳ୍ପ କେତେକ ନୂଆ ଏୟାର୍‌ଲାଇନ୍‌ ଭାରତ ସହିତ ଏୟାର୍‌ଲାଇନ୍‌ ଚଳାଚଳ ଅଭିଯାନ ଆରମ୍ଭ କରିବେ।

ଉଲ୍ଲେଖଯୋଗ୍ୟ, କୋଭିଡ୍‌ ମହାମାରୀ ଯୋଗୁ ମାର୍ଚ ୨୦୨୦ରୁ ଭାରତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରଖିଥିଲା।

ସମ୍ବନ୍ଧିତ ଖବର