ପିଏନ୍‌ବିର ଆଉ ୮ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଅନ୍ୟ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଦେୟ ଆସନ୍ତା ମାର୍ଚ ମାସ ଶେଷ ସୁଦ୍ଧା ପ୍ରଦାନ କରିବ। ଏହି ଅର୍ଥକୁ ବ୍ୟାଙ୍କ ଆଭ୍ୟନ୍ତରୀଣ ସୂତ୍ରରୁ ସଂଗ୍ରହ କରି ଯୋଗାଇ ଦେବ ବୋଲି ଆଜି କହିଛି। ଏତଦ୍‌ବ୍ୟତୀତ ନିରବ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏଲ୍‌ଓୟୁ ମାମଲାରେ ପିଏନ୍‌ବି ଆଜି ପୁଣି ଆଉ ୮ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛି। ସେମାନଙ୍କ ମଧ୍ୟରେ ଜଣେ ଜେନେରାଲ ମ୍ୟାନେଜର ସ୍ତରର ଅଧିକାରୀ ରହିଛନ୍ତି। ପୂର୍ବରୁ ଗତ ବୁଧବାର ବ୍ୟାଙ୍କ ୧୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲା। ଫଳରେ ବ୍ୟାଙ୍କ ଏହି ମାମଲାରେ ଏ ପର୍ଯ୍ୟନ୍ତ ମୋଟ ୧୮ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ବ୍ୟାଙ୍କର ୪ ଅଧିକାରୀଙ୍କୁ ସିବିଆଇ ପଚରାଉଚୁରା ମଧ୍ୟ କରୁଛି।

ସମ୍ବନ୍ଧିତ ଖବର