ଓଟିପ୍‌ ଜରିଆରେ ଆଧାର ସହିତ ସିମ୍‌ ସଂଯୋଗ କରିବାର ପ୍ରକ୍ରିୟା ଆରମ୍ଭ କଲେ ଏୟାରଟେଲ, ଭୋଡାଫୋନ୍‌, ଜିଓ ଓ ଆଇଡିଆ

ନୂଆଦିଲ୍ଲୀ: ସରକାର ଏଣିକି ବିଭିନ୍ନ କ୍ଷେତ୍ରରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ମୋବାଇଲ ନମ୍ବର ସହିତ ଆଧାର ସଂଯୋଗ ଅନିବାର୍ଯ୍ୟ ହୋଇଛି। ତେବେ ଏଭଳି କରିବା ଦ୍ୱାରା ଉପଭୋକ୍ତାଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷିତ ରହି ପାରିବ ଓ ମୋବାଇଲ୍‌ ନମ୍ବରର ଅପବ୍ୟବହାର ହୋଇ ପାରିବ ନାହିଁ ବୋଲି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଓଟିପି ଦ୍ୱାରା ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିବା ପାଇଁ ଦୂରସଞ୍ଚାର ବିଭାଗର ଆବେଦନକୁ କିଛିଦିନ ତେଳେ ୟୁଆଇଡିଏଆଇ ମଞ୍ଜୁରି ଦେଇଛି ବୋଲି ୟୁଆଇଡିଏଆଇର ସିଇଓ ଅଜୟ ଭୁଷଣ ପାଣ୍ଡେ କହିଛନ୍ତି।

ଏହି ମଞ୍ଜୁରି ମିଳିବା ପରେ ଏୟାରଟେଲ, ଜିଓ, ଭୋଡାଫୋନ୍‌ ଓ ଆଇଡିଆ ଭଳି ପ୍ରମୁଖ ଟେଲିକମ୍‌ କମ୍ପାନି ଓଟିପି ଜରିଆରେ ଆଧାର ସଂଯୋଗ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ମୋବାଇଲ ସିମ୍‌ ସହିତ ଆଧାର ସଂଯୋଗ କରିବାର ଶେଷ ତାରିଖ ୨୦୧୮ ଫେବ୍ରୁଆରି ୬ ତାରିଖ ପର୍ଯ୍ୟନ୍ତ ରହିଛି। ଗ୍ରାହକମାନଙ୍କ ପାଇଁ ଓଟିପି ଜରିଆରେ ମୋବାଇଲ ସିମ୍‌କୁ ଆଧାର ସହିତ ସଂଯୋଗ କରିବାର ପ୍ରକ୍ରିୟା ଡିସେମ୍ବର ୧ ତାରିଖରୁ ଉପଲବ୍ଧ କରାଯିବ।

ସୂଚନାଯୋଗ୍ୟ, ସରକାର ଗତମାସରେ ଆଧାର ସହିତ ମୋବାଇଲ ନମ୍ବର ସଂଯୋଗ ପାଇଁ ତିନିଟି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପ୍ରକ୍ରିୟା ଦ୍ୱାରା ଲୋକମାନେ ଘରେ ବସି ସହଜ ଓ ସୁବିଧାରେ ନିଜର ସିମ୍‌ ସହିତ ଆଧାର ସଂଯୋଗ କରିବା ସହିତ ରି-ଭେରିଫିକେସନ୍‌ କରି ପାରିବେ। ଏହାପରେ ଦୂରସଞ୍ଚାର ଅପରେଟରମାନଙ୍କୁ ୟୁଆଇଡିଏଆଇରେ ଏହି ନୂତନ ପ୍ରକ୍ରିୟା ଲାଗୁ କରିବା ପାଇଁ କୁହାଯାଇଥିଲା।

ଏହି ନୂତନ ନିୟମ ଅନୁଯାୟୀ, ଓଟିପି (ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ) ଆଧାରିତ, ଆପ୍‌ ଆଧାରିତ, ଆଇଭିଆରଏସ୍‌ ଜରିଆରେ ଉପଭୋକ୍ତା କୌଣସି ଦୂରସଞ୍ଚାର ବିଭାଗ ଷ୍ଟୋର୍ସକୁ ଯିବାକୁ ପଡ଼ିବ ନାହିଁ। ସେହିପରି ଦୂରସଞ୍ଚାର ବିଭାଗ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗମ୍ଭୀର ରୋଗରେ ପୀଡିତ ଥିବା ଲୋକମାନଙ୍କ ଘରକୁ ଯାଇ ମୋବାଇଲ ନମ୍ବର ସହିତ ଆଧାର ସଂଯୋଗ କରିବାର ସୁବିଧା ବି ଉପଲବ୍ଧ କରାଇଛନ୍ତି। ତେବେ ଏହି ନିୟମ ଦ୍ୱାରା ଉପରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର