ଆମ୍‌ୱେର ସ୍ବାସ୍ଥ୍ୟ ଦିବସ ପାଳନ

ଭୁବନେଶ୍ବର: ଆମ୍‌ୱେ ପକ୍ଷରୁ ପଲ୍ଲୀ ଉନ୍ନୟନ ସେବା ସମିତିରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହା ଦ୍ବାରା ୨୦୦ରୁ ଅଧିକ ପିଲା ଉପକୃତ ହୋଇଥିଲେ। ପିଲାଙ୍କ ସ୍ବାସ୍ଥ୍ୟ ବ୍ୟତୀତ ସେମାନଙ୍କ ପୋଷଣ ଉପରେ ମଧ୍ୟ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା। ଏହି ଅବସରରେ କଂପାନିର ଉପସଭାପତି-ପୂର୍ବ ଚନ୍ଦ୍ରା ଚକ୍ରବର୍ତୀ ଓ ପଲ୍ଲୀ ଉନ୍ନୟନ ସେବା ସମିତିର ସମ୍ପାଦିକା ସ୍ବାତୀ ସୁଚିସ୍ମିତା ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର