ପ୍ରେମର ସ୍ମାରକୀ ନିକଟରେ ପ୍ରେମିକାଙ୍କ ସହ ବେଜୋସ୍
ଇ-କମର୍ସ କମ୍ପାନି ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ଗତ ସପ୍ତାହରେ ଏକ ତିନିଦିନିଆ ଭାରତ ଗସ୍ତରେ ଆସିଥିଲେ। ଦିଲ୍ଲୀ ଏବଂ ମୁମ୍ବାଇରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତେବେ ୫୬ ବର୍ଷୀୟ ବେଜୋସ୍ ତାଙ୍କ ପ୍ରେମିକା ଲାରିନ୍ ସାଞ୍ଚେଜ୍ଙ୍କ ସହିତ ତାଜ୍ ମହଲ ବୁଲିଥିଲେ। ତାଙ୍କ ତାଜମହଲ ଭ୍ରମଣ ଫଟୋକୁ ଏବେ ଅନେକ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।