ଆମାଜନର ଏହି ରୋବର୍ଟ ଗ୍ରାହକଙ୍କ ଘରକୁ ଯାଇ ଅର୍ଡର ହୋଇଥିବା ସାମଗ୍ରୀ ଡିଲଭରୀ ଦେବ

ଓ୍ଵାସିଂଟନ : ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ପକ୍ଷରୁ ଏକ ଡେଲିଭରୀ ରୋବର୍ଟ ବ୍ୟବହାର କରିବା ଆରମ୍ଭ କରାଯାଇଛି । ଏହାର ନାଁ ରଖାଯାଇଛି ସ୍କାଉଟ୍‌ । ପ୍ରଥମେ ଏହାକୁ ଆମେରିକା ରାଜଧାନୀ ଓ୍ଵାସିଂଟନର ସ୍ନୋହୋମିଶ କାଉଣ୍ଟି ଅଞ୍ଚଳରେ ପରୀକ୍ଷାମୂଳକ ପ୍ରୟୋଗ କରାଯାଉଛି । ପ୍ରଥମେ ୬ଟି ସ୍କାଉଟ ନିର୍ମାଣ କରି ପରୀକ୍ଷା କରାଯାଉଛି । ଆପଣ ଆମାଜନରୁ ମଗାଇଥିବା ସାମଗ୍ରୀ ଏହି ସ୍କାଉଟ ଆପଣଙ୍କ ଘରକୁ ଆଣି ଡେଲିଭରୀ ଦେବ (ଭିଡିଓ ଦେଖନ୍ତୁ ) ।

ଜିପିଏସ ବ୍ୟବସ୍ଥାକୁ ବ୍ୟବହାର କରି ଏହା ଗ୍ରାହକଙ୍କ ଘର ଦ୍ୱାର ମୁହଁରେ ପହଞ୍ଚିବ ଓ ତାପୂର୍ବରୁ ଗ୍ରାହକଙ୍କ ସ୍ମାର୍ଟଫୋନରେ ଏକ ସୂଚନା ଆସିବ ଯଦ୍ୱାରା କି ସେ ପୂର୍ବରୁ ପ୍ରସ୍ତୁତ ହୋଇଥିବେ । ଏବେ ସ୍କାଉଟର ପରୀକ୍ଷାମୂଳକ ପ୍ରେୟୋାଗ ଚାଲୁଥିବାରୁ ତା ସହିତ ଜଣେ ଆମାଜନ କର୍ମଚାରୀ ରହୁଛନ୍ତି । କିନ୍ତୁ ଆଗାମୀ ଦିନରେ ଏହା ଏକୁଟିଆ ଡେଲିଭରୀ ଦେବାକୁ ଯିବ । ତେବେ ଭାରତରେ ଏହି ସେବା ଆରମ୍ଭ ହେଉ ହେଉ ଟିକିଏ ବିଳମ୍ବ ହେବ ।

ସମ୍ବନ୍ଧିତ ଖବର