ଅନ୍‌ମୋଲ୍‌ ଫିଡସ୍‌ର ପୋଷଣଯୁକ୍ତ ପଶୁ ଖାଦ୍ୟ

ଭୁବନେଶ୍ବର: ଅନ୍‌ମୋଲ୍ ଫିଡସ୍‌ ଲିମିଟେଡ୍‌ ପଶୁ ସମ୍ପଦ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ବଜାରରେ ବିକ୍ରି କରାଯାଉଛି। ବର୍ତ୍ତମାନ କଂପାନିର ୬ଟି ରାଜ୍ୟରେ ୯ଟି ଉତ୍ପାଦନ କାରଖାନା ରହିଛି। ଏହା ଦୈନିକ ୧୩୦୦ ଏମ୍‌ଟିର ସାମଗ୍ରୀ ଉତ୍ପାଦନ କରୁଛି। କଂପାନି ୧୯ଟି ରାଜ୍ୟର ପଶୁ ସମ୍ପଦ ଖାଦ୍ୟ ଆବଶ୍ୟକତା ପୂରଣ କରିବା ସହିତ ୫୦ ହଜାରରୁ ଅଧିକ ପରିବାର ଏବଂ ୧୦୦୦ କର୍ମଚାରୀଙ୍କ ସହ ମିଶି କାମ କରୁଛି। ଏହା ପଶୁ ଖାଦ୍ୟ, କୁକୁଡ଼ା ଦାନା, ମାଛ ଦାନା ଆଦି ବିକ୍ରି କରୁଛି। କଂପାନିର ଏମ୍‌ଡି ଅମିତ ସରାଓଗି କହିଛନ୍ତି ଯେ, ଭାରତ ହେଉଛି ଦୁନିଆର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ପଶୁ ଖାଦ୍ୟ ବଜାର। ଅନ୍‌ମୋଲ୍ ଫିଡସ୍‌ରେ ଆମେ ଶ୍ରେଷ୍ଠ ମାନର ପଶୁ ଖାଦ୍ୟ ଏବଂ କୁକୁଡ଼ା ଦାନା ପ୍ରସ୍ତୁତ କରୁଛୁ ଏବଂ ସଫଳତାର ସହିତ ମାଛ ଦାନା ବଜାରରେ ପ୍ରବେଶ କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର