ଏଏସ୍‌ବିଏମ୍‌ରେ ନୂଆ ବ୍ୟାଚ୍‌ ଆରମ୍ଭ

ଭୁବନେଶ୍ବର: ଏସିଆନ୍ ସ୍କୁଲ୍‌ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ୍‌, ଭୁବନେଶ୍ବର (ଏଏସବିଏମ୍‌)ରେ ପିଜିଡିଏମ୍, ବିବିଏ ଏବଂ ବି.କମ୍ ପାଠ୍ୟକ୍ରମର ନୂଆ ବ୍ୟାଚ୍‌ ଆରମ୍ଭ ହୋଇଛି। ଏହି ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଧାନସଭାର ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫ଟି’ ସୂତ୍ର ଉପରେ ଗୁରୁତ୍ବାରୋପ କରିଥିଲେ। ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଏ.ଚନ୍ଦ୍ରଶେଖର ସମ୍ମାନୀତ ଅତିଥି ଭାବେ ଯୋଗଦେଇ, ଚିରାଚରିତ ବ୍ୟବସ୍ଥାଠାରୁ ନିଜକୁ ସ୍ବତନ୍ତ୍ର କରି ଜଗତ କଲ୍ୟାଣ ନିମେନ୍ତ ନୂତନ ଆବିସ୍କାର ଦିଗରେ କାମ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଓଏମ୍‌ସିର ନିର୍ଦେଶକ (ପର୍ସନେଲ୍‌) ଡକ୍ଟର ଶାନ୍ତନୁ କୁମାର ରଥ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦ୍ରୁତ ପରିବର୍ତ୍ତନଶୀଳ ବ୍ୟବସାୟିକ ଦୁନିଆରେ ସଫଳତା ପାଇବାକୁ ହେଲ ନିଜକୁ ପରିବେଶ ଅନୁସାର ପରିବର୍ତ୍ତିତ କରିବାକୁ ପଡ଼ିବ ବୋଲି କହିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ବିଶ୍ୱଜିତ୍ ପଟ୍ଟନାୟକ ଆତ୍ମ ଶୃଙ୍ଖଳା ଉପରେ ଗୁରୁତ୍ବାରୋପ କରିଥିଲେ। ଅନୁଷ୍ଠାନର ଡିନ୍ ପ୍ରଫେସର ଡକ୍ଟର କଲ୍ୟାଣ ଶଙ୍କର ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପଦ୍ମନାଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର