ଆଗାମୀ ତିନି-ଚାରି ବର୍ଷ ମଧ୍ୟରେ ଡେବିଟ-କ୍ରେଡିଟ କାର୍ଡ ସହିତ ଏଟିଏମ୍‌ ସେବା ବି ବନ୍ଦ ହୋଇପାରେ: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ: ନୀତି ଆୟୋଗ ସିଇଓ ଅମିତାଭ କାନ୍ତୋଁ ଡେବିଟ ଓ କ୍ରେଡିଟ କାର୍ଡ ସହିତ ଏଟିଏମ୍‌ ବି ଆଗାମୀ ତିନିଚାରି ବର୍ଷ ମଧ୍ୟରେ ଅଚଳ ହୋଇଯିବ ବୋଲି ଶିନିବାର ସୂଚନା ଦେଇଛନ୍ତି। ଏହାପରେ ଟଙ୍କା ନେଣଦେଣ ପାଇଁ ମୋବାଇଲ ଫୋନ୍‌ ବ୍ୟବହାର କରାଯିବ।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତୋଁ ଅମେଠି ବିଶ୍ୱବିଦ୍ୟାଳୟର ନୋଏଡା କ୍ୟାମ୍ପସର ଏକ ସଭାକୁ ସମ୍ଭୋଧିତ କରି କହିଛନ୍ତିି, ଭାରତରେ କ୍ରେଡିଟ୍‌ କାର୍ଡ, ଡେବିଟ କାର୍ଡ ଓ ଏଟିଏମ୍‌ ସେବା ଆଗାମୀ ତିନି ଓ ଚାରିବର୍ଷ ମଧ୍ୟରେ ନିଷ୍କ୍ରିୟ ହୋଇଯିବ। ତା’ପରେ ଆମ୍ଭେମାନେ ଟଙ୍କା ନେଣଦେଣ ପାଇଁ ମୋବାଇଲ ଫୋନ୍‌ର ବ୍ୟବହାର କରିବା। ଭାରତରେ ୭୨ ପ୍ରତିଶତ ଜନସଂଖ୍ୟା ୩୨ବର୍ଷରୁ କମ୍‌ ବୟସର ଅଛନ୍ତି। ଯାହାକି ଡେମୋଗ୍ରାଫିକ୍‌ ଡେବିଡେଣ୍ଟ ମାମଲାରେ ଆମେରିକା ଓ ୟୁରୋପ ତୁଳନାରେ ସକ୍ରିୟ ରହିବ। ଭାରତ ପାଖାପାଖି ୭.୫ ପ୍ରତିଶିତ ଉନ୍ନତି ଦିଗରେ ଆଗକୁ ବଢ଼ି ଚାଲିଛି, କିନ୍ତୁ ଆମର ଲକ୍ଷ୍ୟ ୯-୧୦ ପ୍ରତିଶତ ଗତିରେ ବିକାଶକୁ ହାସଲ କରିବା। ଭାରତ ଦୁନିଆର ଏକ ମାତ୍ର ଦେଶ ଯେଉଁଠାରେ କୋଟିକୋଟି ସଂଖ୍ୟାର ବାୟୋମେଟ୍ରିକ୍‌ ଡାଟା ଉପଲବ୍ଧ ରହିଛି। ଏଥିସହିତ ମୋବାଇଲ ଫୋନ୍‌ ଓ ବ୍ୟାଙ୍କ ଖାତା ବି ରହିଛି। ଏଥିପାଇଁ ଭିବଷ୍ୟତରେ ଏହା ଏକମାତ୍ର ଦେଶ ହେବ ଯେଉଁଠାରେ ବିଭିନ୍ନ ନୂତନ ଯୋଜନା ହେବ।

ସମ୍ବନ୍ଧିତ ଖବର