ଜେଏସ୍‌ପିକୁ ଶ୍ରେଷ୍ଠ ସିଏସ୍‌ଆର୍‌ ସମ୍ମାନ

ଭୁବନେଶ୍ୱର : କର୍ପୋରେଟ୍ ସାମାଜିକ ଦାୟିତ୍ବ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ୍‌ ଷ୍ଟିଲ ଏଣ୍ଡ୍‌ ପାୱାର୍‌ (ଜେଏସ୍‌ପି)କୁ ସମ୍ମାନିତ କରାଯାଇଛି। କୋଲକାତାରେ ଆୟୋଜିତ ଇଷ୍ଟର୍ଣ୍ଣ ଇଣ୍ଡିଆ ଲିଡରସିପ୍ ପୁରସ୍କାର କାର୍ଯ୍ୟକ୍ରମରେ ଜେଏସ୍‌ପିର ସଭାପତି ତଥା ଗ୍ରୁପ୍ ସିଏସ୍ଆର ମୁଖ୍ୟ ପ୍ରଶାନ୍ତ ହୋତା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଟାଇମ୍ସ ଆସେଣ୍ଟ୍‌ ସହଭାଗିତାରେ ହୋଇଥିବା ପୁରସ୍କାରକୁ ୱାର୍ଲ୍ଡ ସିଏସ୍ଆର ଫେଡେରେସନ୍ ଦ୍ୱାରା ପ୍ରମାଣିତ କରାଯାଇଛି।

ଏହି ଅବସରରେ ଶ୍ରୀ ହୋତା କହିଛନ୍ତି ଯେ ଫାଉଣ୍ଡେସନର ଚେୟାରପର୍ସନ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ କରାଯାଉଥିବା ସମସ୍ତ ସିଏସ୍‌ଆର କାର୍ଯ୍ୟ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ସମାନ୍ତରାଳ। କାରୋନା ମହାମାରୀ ମୁକାବିଲାରେ ଦେଶର ବିଭିନ୍ନ ଡାକ୍ତରଖାନାକୁ ମେଡିକାଲ ଆକ୍ସିଜେନ ଯୋଗାଇବାରେ ଜେଏସ୍‌ପିର ଚେୟାରମ୍ୟାନ୍ ନବୀନ ଜିନ୍ଦଲଙ୍କ ନେତୃତ୍ବ ସମ୍ପର୍କରେ ସେ କହିଥିଲେ। ଶ୍ରୀ ହୋତା ଏକ ପ୍ୟାନେଲ ଆଲୋଚନାରେ ଅଧ୍ୟକ୍ଷତା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର