ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକ ନପାଇଲେ ବଡ଼ କମ୍ପାନିକୁ ଧରିବେ ସରକାର

ନୂଆଦିଲ୍ଲୀ : ସରକାର ଅନେକ ଗୁଡ଼ିଏ ସାମଗ୍ରୀର ଜିଏସ୍‌ଟି ହାର ହ୍ରାସ କରିଛନ୍ତି। ଏହି ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକଙ୍କୁ ନମିିଳିଲେ ବଡ଼ କମ୍ପାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା କହିଛନ୍ତି କେନ୍ଦ୍ର ଅର୍ଥ ସଚିବ ହସମୁଖ ଅଧିଆ। ଯଦି କୌଣସି ବ୍ୟତିକ୍ରମ ଦେଖାଦିଏ ତାହେଲେ ଛୋଟ କମ୍ପାନି ନୁହଁନ୍ତି ବଡ଼ କମ୍ପାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିଆ କହିଛନ୍ତି। ଚଳିତମାସରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୨୩ତମ ବୈଠକରେ ୧୭୮ଟି ସାମଗ୍ରୀର ଜିଏସ୍‌ଟି ହାରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି। ଚଳିତମାସ ୧୫ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏତଦ୍‌ବ୍ୟତୀତ ଅନ୍ୟ କେତେକ ସାମଗ୍ରୀ ଓ ସେବାର ଟିକସ ମଧ୍ୟ ହ୍ରାସ କରାଯାଇଛି।

ସମ୍ବନ୍ଧିତ ଖବର