ଆସନ୍ତା ବର୍ଷ ବଜାରରୁ କିଣିପାରିବେ ରୋବର୍ଟ କୁକୁର

ନ୍ୟୁୟର୍କ : ଆସନ୍ତା ବର୍ଷ ବଜାରକୁ ଆସିବ ଏକ ଅଦ୍ଭୁତ ସାମଗ୍ରୀ । ଏକ ରୋବର୍ଟ କୁକୁର । ଏହାକୁ ଆପଣ ସାଙ୍ଗରେ ବୁଲାଇ ନେଇପାରିବେ । ପାହାଚ ଚଢିପାରିବ । ଛୋଟିଆ ମୋଟିଆ ଘର ବା ଅଫିସ କାମ କରିପାରିବ । ଏହାର ନାଁ ହେଉଛି ସ୍ପଟମିନି । ସ୍ପଟମିନିର ୪ଟି ଗୋଡ ରହିଛି । ଏହାର ଓଜନ ୩୦ କିଲୋ ଓ ଏହା ପ୍ରାୟ ୧୫ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ଉଠାଇ ନେବା ଆଣିବା କରିପାରିବ । ଏହାର ଆଗ ପଛ, ଦୁଇ ପାର୍ଶ୍ୱରେ କ୍ୟାମେରା ଓ ସେନସର ଲାଗିଛି ଫଳରେ ଏହା ସବୁ ପାଖର ଫଟୋକୁ ମିଶାଇ ଏକ ଥ୍ରୀ-ଡି ଭିଉ ଦେଖିଥାଏ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ନିଜେ ନିଷ୍ପତ୍ତି ନେଇଥାଏ ।

ଏହାକୁ ପ୍ରସ୍ତୁତ କରିଛି ବୋଷ୍ଟନ ଡାଇନାମିକ୍ସ ନାମକ ଆମେରିକୀୟ କମ୍ପାନି ଯାହାକି ଗତ ୨୬ ବର୍ଷ ଧରି ରୋବୋଟିକ୍ସ କ୍ଷେତ୍ରରେ କାମ କରିଆସୁଛି । ଆସନ୍ତା ବର୍ଷ ଆରମ୍ଭରେ ବ୍ୟବସାୟିକ ଭିତ୍ତିରେ ଏହି ସ୍ପଟମିନି ରୋବୋର୍ଟକୁ ବଜାରକୁ ଛାଡିବାକୁ କମ୍ପାନି ଘୋଷଣା କରିଛି । ନିକଟରେ ଆମାଜନ ମୁଖ୍ୟ ଜେଫ ବେଜସ ଏହାକୁ ଧରି ବୁଲୁଥିବାର ଏକ ଫୋଟ ସେୟାର କରିଥିଲେ । ଆଗାମୀ ଦିନରେ ଏହି ରୋବୋର୍ଟକୁ ଆହୁରି ଅନେକ କାମରେ ବ୍ୟବହାର ଉପଯୋଗୀ କରିବାକୁ କମ୍ପାନି ଉଦ୍ୟମ ଜାରି ରଖିଛି ।

ସମ୍ବନ୍ଧିତ ଖବର