ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ : ଆବେଦନ ପାଇଁ ଦୁଇ ସପ୍ତାହରୁ କମ୍ ସମୟ

ଭୁବନେଶ୍ବର : ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ପାଇଁ ଆବେଦନ କରିବାର ଶେଷ ତାରିଖ ପାଖେଇ ଆସୁଛି। ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ଆଣୁଥିବା ଏକ ସଂସ୍ଥା ଭାବେ ପରିଚିତ ଓ ସମ୍ମାନିତ ହେବା ଲାଗି ରହିଥିବା ଏହି ପୁରସ୍କାର ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରି ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ସଂସ୍ଥାଗୁଡ଼ିକ ଆବେଦନ କରିପାରିବେ। www.sambadawards.comwww.sambadawards.in ମାଧ୍ୟମରେ ଆବେଦନ କରିବାକୁ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬।

ଆବେଦନ ପାଇଁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍ ସମୟ ବାକି ରହିଛି। ପୁରସ୍କାର ଲାଗି ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING/START-UP)। କଂପାନିଗୁଡ଼ିକ ନିଜ ଆଡ଼ୁ ବର୍ଗ ଚୟନ କରି ଆବେଦନ କରିପାରିବେ। ସ୍ବନାମଧନ୍ୟ ବ୍ୟକ୍ତିଙ୍କୁ ନେଇ ଗଠିତ ସ୍ବାଧୀନ ବିଚାରକ ମଣ୍ଡଳୀ ବିଭିନ୍ନ ମାନଦଣ୍ଡ ବିଚାରକୁ ନେଇ ବିଜେତା ଚୟନ କରୁଛନ୍ତି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ରହୁଛି। ଏକ ଭବ୍ୟ ସମାରୋହରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ବାରା ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ ଓ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର