ମେହୁଲଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍‌

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଠକେଇର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଓ ତାଙ୍କ କଂପାନି ଗୀତାଞ୍ଜଳି ଗ୍ରୁପ୍‌ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଅପରାଧିକ ଷଡ଼ଯନ୍ତ୍ର, ହେରଫେର ଓ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଅନୁଯାୟୀ ମେହୁଲଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି। ସିବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ତଥା ମେହୁଲଙ୍କ ଭଣଜା ନିରବ ମୋଦିଙ୍କ ବିରୋଧରେ ପୂର୍ବରୁ ସିବିଆଇ ଏହାର ଚାର୍ଜସିଟ୍‌ ଦାଖଲ କରିସାରିଛି। ତେବେ ମେହୁଲଙ୍କ ବିରୋଧରେ ଦିଆଯାଇଥିବା ଚାର୍ଜସିଟ୍‌ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ସିବିଆଇ ଦେଇଥିବା ଚାର୍ଜସିଟ୍‌ରେ ଅନ୍ୟ ୧୬ ଜଣଙ୍କ ନାମ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର