ଭାରତର ଗହମ ରପ୍ତାନି ନିଷିଦ୍ଧ ନିଷ୍ପତ୍ତିକୁ ଚୀନ୍‌ ଗଣମାଧ୍ୟମର ସମର୍ଥନ

ପ୍ୟାରିସ୍: ଭାରତ ସରକାର ଗହମ ରପ୍ତାନି ନିଷିଦ୍ଧ କରିବା ପରେ ବିଶ୍ବ ବଜାରରେ ତାହା ମହଙ୍ଗା ହୋଇପଡ଼ିଛି। ଗହମ ରପ୍ତାନିକୁ ନିଷିଦ୍ଧ କରିବା ପରେ ଶକ୍ତିଶାଳୀ ଜି୭ ରାଷ୍ଟ୍ର ସମୂହ ଭାରତକୁ କଡ଼ା ସମାଲୋଚନା କରିଥିଲେ। ଏହି ପଦକ୍ଷେପ ବିଶ୍ବରେ ଦରଦାମ୍ ସ୍ଥିତିକୁ ବିଗାଡ଼ି ଦେବ ବୋଲି ଜି୭ ଅଭିଯୋଗ କରିଛି। ଭାରତର ଗହମ ରପ୍ତାନି ନିଷିଦ୍ଧ ନିଷ୍ପତ୍ତିକୁ ଚୀନ୍‌ର ଗଣମାଧ୍ୟମଗୁଡ଼ିକ ସମର୍ଥନ କରିଛନ୍ତି। ଭାରତର ଭଳି ବିକାଶଶୀଳ ଦେଶକୁ ନିନ୍ଦା କଲେ ବିଶ୍ବ ଖାଦ୍ୟ ସଙ୍କଟର ସମାଧାନ ହେବ ନାହିଁ ବୋଲି ସେମାନେ ଲେଖିଛନ୍ତି। ଚୀନ୍‌ର ସରକାରୀ କାଗଜ ଭାବେ ବିବେଚିତ ଗ୍ଲୋବାଲ୍‌ ଟାଇମ୍‌ସ ଲେଖିଛି ଯେ ଭାରତକୁ ଦୋଷ ଦେ‌ଲେ ଖାଦ୍ୟ ସମସ୍ୟାର ସମାଧାନ ହେବନି। ଜି୭ ରାଷ୍ଟ୍ରଗୁଡ଼ିକ ନିଜର ରପ୍ତାନି ବଢ଼ାଇ ଖାଦ୍ୟ ବଜାରରେ ସ୍ଥିରତା ଆଣିବା ଲାଗି କାହିଁକି ଉଦ୍ୟମ କରୁନାହାନ୍ତି ବୋଲି ‌ଚୀନ୍ ଗଣମାଧ୍ୟମ ପ୍ରଶ୍ନ କରିଛି।

ସମ୍ବନ୍ଧିତ ଖବର