କ୍ରିପ୍ଟୋ ଏକ ସ୍ପଷ୍ଟ ବିପଦ: ଶକ୍ତିକାନ୍ତ

ସ୍ବଳ୍ପ ସଞ୍ଚୟ ସ୍କିମ୍‌ ସୁଧ ଅପରିବର୍ତ୍ତିତ

ମୁମ୍ବାଇ: ଲମ୍ବା ସମୟ ଧରି କ୍ରିପ୍ଟୋକରେନ୍ସିକୁ ବି‌ରୋଧ କରୁଥିବା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାହାକୁ ଦେଶର ଆର୍ଥିକ ସ୍ଥିରତା ପ୍ରତି ସ୍ପଷ୍ଟ ବିପଦ ବୋଲି ପୁଣି ଥରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ କୌଣସି ଆଧାର ନଥାଇ କେବଳ ବିଶ୍ବାସ ଅନୁସାରେ ଯାହାର ମୂଲ୍ୟ ନିର୍ଧାରଣ ହେଉଛି ତାହା ହେଉଛି ଏକ ସମ୍ଭାନ୍ତ ନାମ ଅଧୀନରେ ଏକ ଆକଳନ ମାତ୍ର। କ୍ରିପ୍ଟୋକରେନ୍ସି ହେଉଛି ସ୍ପଷ୍ଟ ବିପଦ। ରିଜର୍ଭ ବ୍ୟଙ୍କର ଆର୍ଥିକ ସ୍ଥିରତା ରିପୋର୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଯୁକ୍ତି ଯୋଗୁଁ ଆର୍ଥିକ କ୍ଷେତ୍ର ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିଛି। ଆର୍ଥିକ ବ୍ୟବସ୍ଥାର ଡିଜିଟାଲକରଣ ହେଉଥିବାରୁ ସାଇବର ନିରାପତ୍ତା ବିପଦ ବଢ଼ିଛି। ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପଡ଼ିବ।

ସ୍ବଳ୍ପ ସଞ୍ଚୟ ସ୍କିମ୍‌ ସୁଧ ଅପରିବର୍ତ୍ତିତ
ନୂଆଦିଲ୍ଲୀ: ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ ସ୍ବଳ୍ପ ସଞ୍ଚୟ ସ୍କିମ୍‌ଗୁଡ଼ିକର ସୁଧ ହାରକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅପରିବର୍ତ୍ତିତ ରଖାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନାରେ ବାର୍ଷିକ ୭.୬%, କିଷାନ ବିକାଶ ପତ୍ରରେ ବାର୍ଷିକ ୬.୯%, ପିପିଏଫ୍‌ରେ ବାର୍ଷିକ ୭.୧%, ୫ ବର୍ଷିଆ ଏନ୍‌ଏସ୍‌ସିରେ ବାର୍ଷିକ ୬.୮%, ୫ ବର୍ଷିଆ ମାସିକ ଆୟ ଖାତାରେ ମାସିକ ୬.୬%, ୫ ବର୍ଷିଆ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ରେ ତ୍ରୈମାସିକ ୭.୪%, ୫ ବର୍ଷିଆ ଆର୍‌ଡିରେ ତ୍ରୈମାସିକ ୫.୮% ଓ ସଞ୍ଚୟ ଜମାରେ ବାର୍ଷିକ ୪% ସୁଧ ମିଳିବ।

ସମ୍ବନ୍ଧିତ ଖବର