‘କ୍ବେସ୍ କର୍ପ’ ଦେଶର ସବୁଠୁ ବଡ଼ ଘରୋଇ ନିଯୁକ୍ତିଦାତା

ବେଙ୍ଗାଲୁରୁ : ସରକାରୀ ସ୍ତରରେ ନିଯୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ସେନା ବାହିନୀ, ରେଳବାଇ ଓ ଡାକ ବିଭାଗ ଆଗରେ ରହିଛି। ଘରୋଇ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବାରେ ଏକ କଂପାନି ସବୁଠୁ ଆଗରେ ରହିଛି ଯାହାର ନାମ ହୁଏତ ବହୁତ ଲୋକ ଜାଣିନଥିବେ। ସେହି କଂପାନିଟି ବେଙ୍ଗାଲୁରୁରେ ରହିଛି ଓ ତାହାର ନାମ ହେଉଛି କ୍ବେସ୍ କର୍ପ। ଘରୋଇ କ୍ଷେତ୍ରର କଂପାନି ଭାବେ ଏହା ସର୍ବାଧିକ ୩.୮୫ ଲକ୍ଷ ନିଯୁକ୍ତି ପ୍ରଦାନ କରିଛି। ଟିସିଏସ୍‌ ୩.୫୬ ଲକ୍ଷ, ଇନ୍‌ଫୋସିସ୍ ୨.୪୩ ଲକ୍ଷ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୧.୯୪ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି। ସେନା ବାହିନୀରେ ୧୩-୧୪ ଲକ୍ଷ ଲୋକ ନିଯୁକ୍ତି ପାଇଥିବା ବେଳେ ରେଳବାଇରେ ୧୩ ଲକ୍ଷ ଓ ଡାକ ବିଭାଗରେ ୪.୨ ଲକ୍ଷ ଲୋକ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର