ଡିସିବି ବ୍ୟାଙ୍କର ରେମିଟାନ୍‌ସ ସେବା ଆରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଡିସିବି ବ୍ୟାଙ୍କ ପକ୍ଷରୁ ‘ଡିସିବି ରେମିଟ୍‌’ ନାମକ ରେମିଟାନ୍‌ସ ସେବା ଆରମ୍ଭ କରାଯାଇଛି। ଏଥିପାଇଁ ଭାରତୀୟମାନେ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିପାରିବେ। ଡିସିବି ରେମିଟ୍‌ ଜରିଆରେ ବ୍ୟବହାରକାରୀମାନେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ବ୍ରିଟେନ୍‌, ୟୁଏଇ ଓ ଜର୍ମାନି ଭଳି ୨୦ଟି ରାଷ୍ଟ୍ରକୁ ପାଣ୍ଠି ଟ୍ରାନ୍ସଫର କରିପାରିବେ। ତାହାକୁ ସେମାନେ ମୋବାଇଲ୍‌ ଫୋନ୍‌ ଜରିଆରେ ଟ୍ରାକ୍‌ ମଧ୍ୟ କରିପାରିବେ। ବ୍ୟାଙ୍କର ରିଟେଲ୍‌ ଆଣ୍ଡ୍‌ ଏସ୍‌ଏମ୍‌ଇ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ପ୍ରବୀଣ କୁଟ୍ଟି କହିଛନ୍ତି ଯେ ଡିସିବି ରେମିଟ୍‌ ବ୍ୟବହାରକାରୀମାନଙ୍କୁ ସରଳ ବ୍ୟାଙ୍କିଙ୍ଗର ଅନୁଭୂତି ପ୍ରଦାନ କରିବ। ବିଦେଶକୁ ଟଙ୍କା ପଠାଇବା ପାଇଁ ଗ୍ରାହକଙ୍କୁ ଆଉ ଶାଖା କିମ୍ବା ରେମିଟାନ୍‌ସ ସଂସ୍ଥାର ଶାଖା ଦୌଡ଼ିବାକୁ ପଡ଼ିବନି। ଡିସିବି ରେମିଟ୍‌ ଜରିଆରେ ସେମାନେ ସୁବିଧାରେ ବିଦେଶକୁ ଟଙ୍କା ପଠାଇପାରିବେ। ଡିଜିଟାଲ୍‌ ରେମିଟ୍‌ କ୍ଷେତ୍ରରେ ଆମର ଏହି ଉତ୍ପାଦ ଅଗ୍ରଦୂତ ଭାବେ ଉଭା ହୋଇଛି।

ସମ୍ବନ୍ଧିତ ଖବର