ନିବେଶକଙ୍କ ଲକ୍ଷେ ୭୮ ହଜାର କୋଟି ଲାଭ

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି କାରବାର ଜବରଦସ୍ତ ରହିବା ଯୋଗୁଁ ନିବେଶକମାନଙ୍କର ବିପୁଳ ଲାଭ ହୋଇଛି। ସେନ୍‌ସେକ୍‌ସ ୬୧୧ ପଏଣ୍ଟ ବୃଦ୍ଧି ହାସଲ କରିଛି। ଫଳରେ ନିବେଶକମାନଙ୍କ ସମ୍ପତ୍ତି ପରିମାଣ ଲକ୍ଷେ ୮୦ ହଜାର କୋଟି ଟଙ୍କା ବଢ଼ିଯାଇଛି। ବିଗତ ଦୁଇ ବର୍ଷ ଭିତରେ ଗୋଟିଏ ଦିନରେ ଏହା ସେନ୍‌ସେକ୍ସର ସର୍ବବୃହତ ବୃଦ୍ଧି। ବମ୍ବେ ଷ୍ଟକ ବଜାରରେ ପଞ୍ଜୀକୃତ ଥିବା ସବୁ କଂପାନିର ସାମଗ୍ରିକ ମୂଲ୍ୟ ୧,୪୪,୫୨,୦୦୯ କୋଟି ଟଙ୍କାରେ ପହଞ୍ଚିଛି। ଆଜି କାରବାର ଶେଷ ବେଳକୁ ସେନ୍‌ସେକ୍ସ ୬୧୧ ପଏଣ୍ଟ୍‌ ବୃଦ୍ଧି ପାଇ ୩୩,୯୧୭ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର