ଯାତ୍ରା ଦର୍ଶକଙ୍କୁ ମାଗଣା ଫ୍ରିଡମ୍ ତେଲ ବଣ୍ଟନ

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରା ମହୋତ୍ସବକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ‌ରହିଥିବା ବେଳେ ଯାତ୍ରା ଦର୍ଶକମାନଙ୍କ ଲାଗି ଦେଶର ଅଗ୍ରଣୀ ଖାଇବା ତେଲ କଂପାନି ଫ୍ରିଡମ୍‌ ଅଏଲ୍‌ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ଯାତ୍ରା ଦର୍ଶକମାନଙ୍କୁ କଂପାନି ପକ୍ଷରୁ ମାଗଣାରେ ଫ୍ରିଡମ୍ ତେଲ ଦିଆଯାଉଛି। କଂପାନିର ଓଡ଼ିଶା ମୁଖ୍ୟ ଅମିୟ କୁମାର ଧଳ, ପ୍ରଭାତ ରଞ୍ଜନ ଦାଶ ଓ ବିତରକ ଅରୁପାନନ୍ଦ ବେହେରା ଦର୍ଶକମାନଙ୍କୁ ତେଲ ବଣ୍ଟନ କରିଛନ୍ତି। ଏକ ଯାତ୍ରା ପାର୍ଟିର ଦର୍ଶକମାନଙ୍କୁ ଲକି ଡ୍ର’ରେ ଭାଗ ନେବାର ସୁଯୋଗ ମିଳୁଛି। ଲକି ଡ୍ର’ରେ ପ୍ରତିଦିନ ତିନି ଜଣ ଲେଖାଏଁ ବିଜେତା ଚୟନ କରାଯିବା ସହ ସେମାନଙ୍କୁ ୫ ଲିଟର କଚ୍ଚି ଘନି ସୋରିଷ ତେଲ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର