ମାର୍ଚରୁ ଟ୍ରେନ୍‌ ବଗିରେ ଲାଗିବନି ସଂରକ୍ଷଣ ତାଲିକା

ନୂଆଦିଲ୍ଲୀ: ଟ୍ରେନ୍‌ ବଗିରେ ଯାତ୍ରୀଙ୍କ ଆସନ ସଂରକ୍ଷଣ ତାଲିକା ନଲଗାଇବାକୁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଆସନ୍ତା ମାର୍ଚ ପହିଲାରୁ ଏହାକୁ ୬ ମାସ ପାଇଁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଏହି ପାଇଲଟ ପ୍ରକଳ୍ପ ଏ୧, ଏ ଏବଂ ବି ବର୍ଗର ରେଳ ଷ୍ଟେସନ୍‌ରେ କାର୍ଯ୍ୟକାରୀ ହେବ। ତେବେ ସଂରକ୍ଷଣ ତାଲିକା ରେଳ ଷ୍ଟେସନ୍‌ରେ ରହିଥିବା ଚାର୍ଟ ବୋର୍ଡରେ ମରାଯିବ। ଏତଦ୍‌ବ୍ୟତୀତ ଯେଉଁ ଷ୍ଟେସନ୍‌ ଗୁଡ଼ିକରେ ଇଲେକ୍‌ଟ୍ରୋନିକ୍‌ ଚାର୍ଟ ଡିସ୍‌ପ୍ଲେ ପ୍ଲାଜ୍‌ମା ରହିଛି ସେଗୁଡ଼ିକରେ ଏହି ଚାର୍ଟର ପ୍ରଦର୍ଶନ କରାଯିବ। ରେଳ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀ, ହଜରତ୍‌ ନିଜାମୁଦ୍ଦିନ, ମୁମ୍ବାଇ ସେଣ୍ଟ୍ରାଲ, ଚେନ୍ନାଇ ସେଣ୍ଟ୍ରାଲ, ହାଓଡ଼ା ଏବଂ ସିଆଲଦା ଷ୍ଟେସନ୍‌ରେ କୌଣସି ସଂରକ୍ଷିତ ବଗିରେ ଏହି ଚାର୍ଟ ଏବେ ଲାଗୁ ନାହିଁ। ଏସବୁ ଷ୍ଟେସନ୍‌ରେ ଉକ୍ତ ନିୟମ ଲାଗୁ ହେବା ପରେ ଏହାକୁ ଅନ୍ୟ ଷ୍ଟେସନ୍‌କୁ ସମ୍ପ୍ରସାରିତ କରାଯାଇଛି।

ସମ୍ବନ୍ଧିତ ଖବର