‘ଡ୍ରିମ୍‌ସ’କୁ ବିପିୟୁଟିର ଏକାଡେମିକ୍‌ ସ୍ୱୟଂଶାସିତ ମାନ୍ୟତା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ ଡ୍ରିମ୍‌ସ ବୈଷୟିକ ମହାବିଦ୍ୟାଳୟକୁ ‘ଏକାଡେମିକ୍‌ ସ୍ୱୟଂଶାସିତ ମାନ୍ୟତା’ ପ୍ରଦାନ କରାଯାଇଛି। ଏହି ମାନ୍ୟତା ପ୍ରଦାନ ଦ୍ୱାରା ସ୍ନାତକ, ସ୍ନାତକୋତ୍ତାର ପାଠ୍ୟକ୍ରମରେ ସିଲାବସ ପ୍ରସ୍ତୁତି, ପ୍ରଚଳନ ,ପରୀକ୍ଷା ପରିଚାଳନା, ମୂଲ୍ୟାୟନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିୟମ ଓ ନୀତି ନିର୍ଧାରଣ କ୍ଷେତ୍ରରେ ଶିକ୍ଷାନୁଷ୍ଠାନର ନିଜସ୍ୱ କ୍ଷମତା ରହିବ । ଏଭଳି ମାନ୍ୟତା ପାଇବାରେ ‘ଡ୍ରିମ୍‌ସ’ ରାଜ୍ୟର ତୃତୀୟ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ। ଏହି ମାନ୍ୟତା ପାଇଁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ରାଜ୍ୟ ସରକାର ଓ ବିପିୟୁଟିକୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର