କଟକରେ ହିରୋର ନୂଆ ସୋ’ରୁମ୍‌ ‘ଏସେନ୍‌ ହିରୋ’

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍‌ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟକର୍ପ ପକ୍ଷରୁ କଟକରେ ଏକ ନୂଆ ସୋରୁମ୍‌ ଖୋଲାଯାଇଛି। କଟକ ଶିଖରପୁରର ମହାନଦୀ ବିହାରରେ ଏସେନ୍‌ ହିରୋ ନାମରେ ଏହି ନୂଆ ସୋରୁମ୍‌ ଖୋଲାଯାଇଛି। ନୂଆ ସୋରୁମ୍‌କୁ ଆଜି କମ୍ପାନିର ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ(ଭୁବନେଶ୍ୱର) ଅଭିଜିତ ଗଟ୍ଟାନି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ପ୍ରଥମ କେତେଜଣ ଗ୍ରାହକଙ୍କୁ ଗାଡ଼ିର ଚାବି ପ୍ରଦାନ କରିଥିଲେ। ହିରୋ ଦ୍ୱାରା ନିର୍ମିତ ସମସ୍ତ ମୋଟରସାଇକଲ ଏବଂ ସ୍କୁଟର ଏହି ସୋରୁମ୍‌ରେ ଉପଲବ୍ଧ କରାଯାଇଛି। ଏଗୁଡ଼ିକ ମଧ୍ୟରେ ଗ୍ଲାମର, ଏଚ୍‌ଏଫ୍‌ ଡିଲକ୍ସ, ମାଏଷ୍ଟ୍ରୋ ଏଜ୍‌, ଡୁଏଟ ଏବଂ ପ୍ଲିଜର ଆଦି ରହିଛି। ଦେଶରେ ହିରୋର ମୋଟ ସୋରୁମ୍‌ ସଂଖ୍ୟା ୬୫୦୦ ଅତିକ୍ରମ କରିଛି। ଏସେନ୍‌ ହିରୋରେ ଅତ୍ୟାଧୁନିକ ସ୍ୱୟଂକ୍ରିୟ ସର୍ଭିସ ସୁବିଧା ରହିଛି। ମାସକୁ ଏଠାରେ ୨୦୦୦ ଗାଡ଼ି ସର୍ଭିସିଂ କରିବା ସୁବିଧା ରହିଛି।

 

ସମ୍ବନ୍ଧିତ ଖବର