ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବ୍ୟାପକ ‌ଘରୋଇକରଣ

ନୂଆଦିଲ୍ଲୀ: ଗତ କିଛି ଦଶନ୍ଧି ହେଲା ଭାରତ ସମେତ ବିଶ୍ବରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ପାଇଁ ଏହାକୁ ଖାପ ଖାଇବା ଭଳି ନୂଆ ନୀତିର ଆବଶ୍ୟକତା ରହିଛି। ଦେଶର ସବୁକ୍ଷେତ୍ରକୁ ଘରୋଇ କ୍ଷେତ୍ର ଲାଗି ଉନ୍ମୁକ କରାଯିବା ସହିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେବାର ଆବଶ୍ୟକତା ରହିଛି। ତଦନୁଯାୟୀ ସରକାର ନୂଆ ନୀତି ଘୋଷଣା କରିବେ। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେଉଁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଉପସ୍ଥିତି ଆବଶ୍ୟକତା ରହିଛି ସେସବୁର ତାଲିକା ପ୍ରସ୍ତୁତ କରାଯିବ।

ଗୁରୁତ୍ବପୂର୍ଣ୍ଣ (ଷ୍ଟ୍ରାଟେଜିକ୍‌) କ୍ଷେତ୍ରରେ ଅତିକମ୍‌ରେ ଗୋଟିଏ ସରକାରୀ ଉଦ୍ୟୋଗ ରହିବ, କିନ୍ତୁ ଘରୋଇ କମ୍ପାନିଗୁଡ଼ିକୁ ଏସବୁ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯିବ। ଅନ୍ୟସବୁ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ କରି ଦିଆଯିବ। ତେବେ ଏହାର ସମୟ ଘରୋଇକରଣର ଆର୍ଥିକ ସମ୍ଭାବ୍ୟତା ଆଦି ଉପରେ ନିର୍ଭର କରିବ। ଅଯଥା ପ୍ରଶାସିନିକ ବ୍ୟୟକୁ କମାଇବା ପାଇଁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଉଦ୍ୟୋଗ ସଂଖ୍ୟାକୁ ୧ରୁ ୪ ମଧ୍ୟରେ ସୀମିତ ରଖାଯିବ। ଅନ୍ୟସବୁ ଗୁଡ଼ିକର ଘରୋଇକରଣ/ମିଶ୍ରଣ/ହୋଲଡିଂ କମ୍ପାନି ଅଧୀନକୁ ନିଆଯିବ।

ସମ୍ବନ୍ଧିତ ଖବର