ୱାଡ଼ିଆ ପରିବାରରେ ଝଗଡ଼ା, ଗୋ ଏୟାର ବୋର୍ଡରୁ ଜେହ ବିଦା

ମୁମ୍ବାଇ: ‌ଯେଉଁ ବିମାନ କଂପାନିକୁ ସ୍ଥାପନ କରି ଦୀର୍ଘ ୧୭ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚଲାଇଥିଲେ ସେହି କଂପାନିର ବୋର୍ଡରୁ ଜେହ୍‌ ୱାଡ଼ିଆଙ୍କୁ ବିଦା କରାଯାଇଛି। ନୁସ୍‌ଲି ୱାଡିଆଙ୍କ ମାଲିକାନାରେ ପରିଚାଳିତ ହେଉଥିବା ବିମାନ କଂପାନି ଗୋ ଏୟାରରେ ଏଭଳି ଘଟଣା ଘଟିଛି। ତେଣୁ ୱାଡିଆ ପରିବାରରେ ସବୁ କିଛି ଠିକ୍ ନଥିବା ଅନୁମାନ କରାଯାଉଛି। ଗୋ ଏୟାର ନାମ ପରିବର୍ତ୍ତନ କରି ଗୋ ଫାଷ୍ଟ୍‌ ରଖାଯାଇଛି। ଏଥି ସହିତ କଂପାନି ପ୍ରଥମ ଥର ଲାଗି ଷ୍ଟକ ବଜାରରେ ପ୍ରବେଶ କରିବା ପାଇଁ ଆଇପିଓ ଆଣିଛି। କଂପାନି ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ କେତେକ ନିର୍ଦିଷ୍ଟ ସର୍ତ୍ତ ଅନୁସାରେ ଜେଡ୍‌ ୱାଡିଆଙ୍କୁ କଂପାନିର ପରିଚାଳନା ନିର୍ଦେଶକ ଭାବେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି ଯାହାର ଅବଧି ୨୦୨୧ ଜାନୁଆରି ୧‌ରୁ ଆରମ୍ଭ ହେବାର ଥିଲା। କିନ୍ତୁ ସେହି ସର୍ତ୍ତକୁ ଜେହ୍‌ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ସେହି ବୁଝାମଣାକୁ କାର୍ଯ୍ୟକାରୀ ନକରିବା ଲାଗି କଂପାନି ନିଷ୍ପତ୍ତି ନେଇଥିବାରୁ ଜେହ୍ କଂପାନି ବୋର୍ଡରୁ ଏକପ୍ରକାର ବିଦା ‌ହୋଇଥିବା କୁହାଯାଉଛି। ସର୍ତ୍ତବାଳୀକୁ ଗ୍ରହଣ କରିନଥିବାରୁ ପରିଚାଳନା ନିର୍ଦେଶକ ଓ ନିର୍ଦେଶକ ଭାବେ ଜେହ୍‌ଙ୍କ କାର୍ଯ୍ୟକାଳ ୨୦୨୦ ଡିସେମ୍ବର ୩୧ରେ ଶେଷ ହୋଇଛି ବୋଲି କଂପାନି ପକ୍ଷରୁ କୁହାଯାଇଛି। ତେବେ ତାଙ୍କ ପରିବାରର ସବୁଠୁ ବଡ଼ କଂପାନି ବ୍ରିଟାନିଆର ବୋର୍ଡରେ ସେ ପୂର୍ବଭଳି ରହି‌େବ। ମାତ୍ର ବମ୍ବେ ଡାଇଙ୍ଗ୍‌ର ବୋର୍ଡରେ ତାଙ୍କୁ ସ୍ଥାନ ଦିଆଯାଇନାହିଁ। ଅନ୍ୟ ଏକ ଘଟଣାକ୍ରମରେ ଗୋ ଏୟାରର ଟ୍ରେଡ୍‌ମାର୍କକୁ ବିନା ଅନୁମତିରେ ବ୍ୟବହାର କରିଥିବାରୁ ୱାଡିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ କଂପାନି ବିଚାର କରୁଛି।

ଗୋ ଏୟାରର ପୂର୍ବର କିଛି ବ୍ରାଣ୍ଡ୍‌ ଏବଂ ଟ୍ରେଡ୍‌ମାର୍କ ଗୋ ହୋଲଡିଂସ୍‌ ମାଲିକାନାରେ ରହିଛି।‌ ସେହି କଂପାନିରେ ୱାଡ଼ିଆଙ୍କ ୯୯% ଅଂଶଧନ ରହିଛି। ସେହି ଟ୍ରେଡ୍‌ମାର୍କର ମାଲିକାନା ଗୋ ଏୟାରଲାଇନ୍ସ ନାମରେ ନହିଁ। ୨୦୦୬-୦୯ ଓ ୨୦୧୩-୧୪ରେ ଏହି ଟ୍ରେଡ୍‌ମାର୍କଗୁଡ଼ିକୁ ବ୍ୟବହାର କରିବା ଲାଗି କଂପାନି ଓ ଗୋ ହୋଲ୍‌ଡିଙ୍ଗସ୍‌ ମଧ୍ୟରେ ଲିଖିତ ବୁଝାମଣା ହୋଇଥିଲା। ପରର୍ବତୀ ବର୍ଷଗୁଡ଼ିକରେ କିନ୍ତୁ ଏହି ବୌଦ୍ଧିକ ସମ୍ପତ୍ତିଗୁଡ଼ିକୁ ବ୍ୟବହାର କରିବା ଲାଗି କୌଣସି ଲିଖିତ ବୁଝାମଣା ‌ହୋଇନଥିଲା। ଏବେବି ଗୋ ହୋଲ୍‌ଡିଂ ସହିତ ଏନେଇ କୌଣସି ଲିଖିତ ବୁଝାମଣା ‌ହୋଇନି। ଗତ ମାର୍ଚ୍ଚରେ ଗୋ ଏୟାରଲାଇନ୍ସ ଓ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍‌ ଗୋଏୟାର ଡଟ୍‌ ଇନ୍‌କୁ ଗୋ ହୋଲ୍‌ଡିଂସ୍‌ ତରଫରୁ ନିଜ ନାମରେ ପଞ୍ଜୀକରଣ କରିବା ଲାଗି ଆବେଦନ କରିଥିଲା। ତେଣୁ ତାହାକୁ କଂପାନି ବ୍ୟବହାର କରିବା ବେଆଇନ ହେବ।

ସମ୍ବନ୍ଧିତ ଖବର