ବିତ୍ତୀୟ ନିଅଣ୍ଟ ବେଲଗାମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ବେଲଗାମ ହେଲାଣି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସ ଅର୍ଥାତ ୨୦୧୮ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଏହି ରାଶି ୭ ଲକ୍ଷ ୧ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୬ ଲକ୍ଷ ୨୪ ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଥିବାବେଳେ ରାଜସ୍ବ ସଂଗ୍ରହ କମ୍ ରହିବା ଯୋଗୁ ନିଅଣ୍ଟ ବଢ଼ିବାରେ ଲାଗିଛି। ତେବେ ଗତ ଆର୍ଥିକ ବର୍ଷରେ ମଧ୍ୟ ଏହି ସମୟ ମଧ୍ୟରେ ବିତ୍ତୀୟ ନିଅଣ୍ଟ ବଜେଟ୍ ଆକଳନର ୧୧୩.୬ ପ୍ରତିଶତରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର