ପୂର୍ବ ପ୍ୟାକେଜ୍‌ରେ କ’ଣ ଥିଲା

ଲୋକଙ୍କ ପାଇଁ
୮୦ କୋଟି ଲୋକଙ୍କୁ ଜୁନ୍ ପର୍ଯ୍ୟନ୍ତ ମାସକୁ ୫ କିଲୋ ଗହମ ଓ ୧ କେଜି ଚାଉଳ
୮ କୋଟି ପରିବାରକୁ ମାଗଣାରେ ଏଲ୍‌ପିଜି ଗ୍ୟାସ୍‌
୨୦ କୋଟି ମହିଳା ଜନ ଧନ ଖାତାଧାରୀଙ୍କୁ ତିନି ମାସ ପାଇଁ ପ୍ରତି ମାସରେ ୫୦୦ ଟଙ୍କା
ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ମାସକୁ ୧୦୦୦ ଟଙ୍କା
୮.୭ କୋଟି ଚାଷୀଙ୍କୁ ପୂର୍ବ ଯୋଜନା ଆଧାରରେ ୨୦୦୦ ଟଙ୍କା
୨୨ ଲକ୍ଷ ସ୍ବାସ୍ଥ୍ୟ କର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସୁରକ୍ଷା
୧୫ ହଜାର ଟଙ୍କାରୁ କମ୍ ଆୟ କରୁଥିବା କର୍ମଚାରୀଙ୍କ ଇପିଏଫ୍‌ ବାବଦ ୨୪% ଦେୟ ସରକାର ବହନ କରିଥିଲେ

ଅର୍ଥନୀତି ଓ ରାଜ୍ୟଗୁଡ଼ିକ ପାଇଁ
ରପ୍ତାନିକାରୀଙ୍କୁ ୧୫ ମାସର ଅଧିକ ମହଲତ
ରାଜ୍ୟଗୁଡ଼ିକୁ ବାର୍ଷିକ ଲକ୍ଷ୍ୟର ଅଧା ରାଶି ଯେତେଶୀଘ୍ର ସମ୍ଭବ ହାସଲ କରିବାକୁ ଅନୁମତି
ରାଜ୍ୟଗୁଡ଼ିକ ପାଇଁ ୱେଜ୍‌ ଆଣ୍ଡ୍‌ ମିନସ୍‌ ସୀମା ବୃଦ୍ଧି
ରାଜ୍ୟଗୁଡ଼ିକ ପାଇଁ ଓଭରଡ୍ରାଫ୍ଟ ସୀମା ବୃଦ୍ଧି

କଂପାନିଙ୍କ ପାଇଁ
ବାର୍ଷିକ ଓ ତ୍ରୟମାସିକ ଫଳାଫଳ ଘୋଷଣା ପାଇଁ ଅତିରିକ୍ତ ୪୫ ଦିନର ମହଲତ
ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ପାଇଁ ଆବଶ୍ୟକ ସୀମା କୋହଳ
ଲକ୍‌ଡାଉନ୍‌ରୁ ପୁଞ୍ଜି ଓ ଋଣ ବଜାର କାରବାରକୁ ବାଦ ଦିଆଗଲା
ବାର୍ଷିକ ସାଧାରଣ ବୈଠକ ଡାକିବା ଲାଗି ଶ୍ରେଷ୍ଠ ୧୦୦ କଂପାନିଙ୍କୁ ଅଧିକ ଗୋଟିଏ ମାସର ମହଲତ

ରିଜର୍ଭ ବ୍ୟାଙ୍କର ପଦକ୍ଷେପ
ଋଣ ଉପରେ ମୋରାଟୋରିଅମ୍ ସୁବିଧା
ପଶ୍ଚାତ୍‌ଗାମୀ ରେପୋ ହାରରେ ୦.୭୫ ପ୍ରତିଶତ ହ୍ରାସ
ନଗଦ ଜମା ଅନୁପାତ ୩%କୁ ହ୍ରାସ
ଲିକ୍ବିଡିଟି କଭରେଜ୍ ରେସିଓ ୮୦%କୁ ହ୍ରାସ
ଦୁଇଟି ପର୍ଯ୍ୟାୟର ସ୍ବତନ୍ତ୍ର ଟାର୍ଗେଟେଡ୍‌ ରେପୋ ଅପରେସନ
ସିଡ୍‌ବି, ନାବାର୍ଡ, ଏନ୍‌ଏଚ୍‌ବି ପାଇଁ ୫୦ ହଜାର କୋଟି
ଲାଭାଂଶ ପ୍ରଦାନ ଉପରେ ରୋକ

ସମ୍ବନ୍ଧିତ ଖବର