ଭାରତରେ ୪୧୦୦ କୋଟି ନିବେଶ କରିଛି ଫକ୍ସକନ

ନୂଆଦିଲ୍ଲୀ : ଭାରତରେ ଆଇଫୋନ ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ତାଇୱାନର ଫକ୍ସକନ ୫୦୦ ନିୟୁତ ଡଲାର ବା ପ୍ରାୟ ୪୧୧୦ କୋଟି ଟଙ୍କା ନିବେଶ କରିଛି। ଫକ୍ସକନର ସିଙ୍ଗାପୁର ୟୁନିଟ୍ ଏଥିପାଇଁ ଫକ୍ସକନ ହନ ହାଇ ଟେକ୍ନୋଲୋଜି ଇଣ୍ଡିଆ ମେଗା ଡେଭଲପମେଣ୍ଟ ପ୍ରାଇଭେଟ ଲିମିଟେଡର ୪.୦୮ ନିୟୁତ ସେୟାର କିଣିଛି। ଚୀନରେ କରୋନା କଟକଣା ପାଇଁ ଉତ୍ପାଦନ ବ୍ୟାହତ ହୋଇଥିବାବେଳେ କମ୍ପାନି ଭାରତରେ ଏହାର କ୍ଷମତା ବଢ଼ାଉଛି। ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁର ସ୍ଥିତ କାରଖାନାର ଉତ୍ପାଦନ କ୍ଷମତା ବଢ଼ାଇବା ଯୋଜନା କମ୍ପାନି ରଖିଛି।

ସମ୍ବନ୍ଧିତ ଖବର