ଭୁବନେଶ୍ୱର: ଦେଶର ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି) ଓଡ଼ିଶାର ଗ୍ରାମୀଣ ବଜାରରେ ପ୍ରବେଶ କରିଛି। କଂପାନି ପକ୍ଷରୁ ବ୍ରହ୍ମପୁର, ବାଲୁଗାଁ, ନିମାପଡା ଏବଂ ଜଗତପୁରରେ ନୂଆ ଶାଖା ସ୍ଥାପନ କରାଯାଇଛି। ଗ୍ରାମ ଶକ୍ତି ଯୋଜନା ଅଧୀନରେ କଂପାନି ଏହି ଶାଖା ସବୁ ଖୋଲିଛି। ଜୀବନଜୀବିକାର ବିକାଶ ଓ ମହିଳା ଗୋଷ୍ଠୀଗୁଡ଼ିକୁ ଫୁଲର୍ଟନ୍ ଇଣ୍ଡିଆ ଏହି ଶାଖାଗୁଡ଼ିକ ଜରିଆରେ ଋଣ ଯୋଗାଇ ଦେବ। ରାଜ୍ୟରେ ଫୁଲର୍ଟନ୍ର ତିନିଟି ଶାଖା ଭୁବନେଶ୍ୱର, କଟକ ଓ ରାଉରକେଲାରେ ରହିଛି। ଫୁଲର୍ଟନ୍ ଇଣ୍ଡିଆର ଗ୍ରାମୀଣ ବ୍ୟାବସାୟିକ ମୁଖ୍ୟ ବିଶାଳ ଓ୍ଵାଧ୍ଓ୍ଵା କହିଛନ୍ତି ଯେ, ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ସେଥିପାଇଁ ଏଠାରେ ଆମେ ଆମର ଉପସ୍ଥିତିକୁ ବଢ଼ାଉଛୁ। ୨୦୧୭ ମାର୍ଚ ସୁଦ୍ଧା କଂପାନିର ମୋଟ କାରବାର ପରିମାଣ ୧୬୦୮ କୋଟି ଟଙ୍କାରେ ପହଞ୍ଚିଥିଲା। ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟରେ ଏହା କାରବାର କରୁଛି।