କ୍ରମାଗତ ୨ୟ ଦିନ ପାଇଁ ସୁନା ଦର କମିଲା, ୧୦ ଗ୍ରାମ ପିଛା ୧୪୯୨ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାର ସହ ତାଳ ଦେଇ ଭାରତରେ ଗତ କିଛି ଦିନ ହେଲା ସୁନା ଓ ରୁପାଦର କମିଚାଲିଛି । ଗୁରୁବାରଦିନ ନୂଆଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ୧୪୯୨ ଟଙ୍କା ହ୍ରାସ ପାଇ ୫୨,୮୧୯ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାମଧ୍ୟ କିଲୋଗ୍ରାମ ପିଛା ୧,୪୭୬ ଟଙ୍କା କମି ୬୭,୯୨୪ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପିଛା ୨୦୦୦ ଡଲାର ତଳକୁ ଖସିଆସିଛି । ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ୧୯୨୭ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ । ଏହାର ପ୍ରଭାବ ଯୋଗୁଁ ଭାରତୀୟ ବଜାରରେ ସୁନା ହ୍ରାସ ପାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ବିଶ୍ୱ ବଜାରରେ ଡଲାର ମୂଲ୍ୟ ବୃଦ୍ଧି ପାଇବା ଫଳରେ ନିବେଶକମାନେ ସୁନା ଉପରୁ ଆଗ୍ରହ କମାଇଛନ୍ତି ।
ତେବେ ସୁନା ଦର ହ୍ରାସ ଏକ ସାମୟିକ ପ୍ରକ୍ରିୟା ଆଗକୁ ସୁନା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଚଳିତ ବର୍ଷ ଉଭୟ ସୁନା ଓ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୨୭ ପ୍ରତିଶତ ବୃଦ୍ଧି ପାଇଛି । ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ବିକଳ୍ପ ଭାବେ ଦେଖୁଥିବାରୁ ଭବିଷ୍ୟତରେ ସୁନାର ଚମକ ଜାରି ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର