ସୁନାଦର ବଢିଲା, ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ଦେଶରେ ସୁନା ଚାହିଦା ବଢିଛି । ଏହା ସହିତ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି । ଏହା ଫଳରେ ସୁନା ଦର ଆଜି ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି ପାଇଛି ଓ ରୁପା ମଧ୍ୟ କିଲୋଗ୍ରାମ ପିଛା ୬୦୦ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୨,୬୨୦ଟଙ୍କାରେ ପହଞ୍ଚିଛି । ରୁପାଦର ମଧ୍ୟ କିଲୋଗ୍ରାମ ପିଛା ୬୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ଏବେ ୩୯,୨୫୦ ଟଙ୍କାରେ ବିକ୍ରି ହେଉଛି ।

ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୯୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୨,୬୨୦ ଓ ୩୨,୪୭୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇ ଆଉନ୍ସ ପିଛା ୧୨୭୮.୧୦ ଡଲାରରେ ପହଞ୍ଚିଛି । ସେହିପରି ରୁପା ଆଉନ୍ସ ପିଛା ୧୫.୨୬ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର