ଜିପିଏଫ ସୁଧହାର ୦.୪% ବଢାଇଲେ କେନ୍ଦ୍ର ସରକାର, ୮% ହେଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ, ରେଳ କର୍ମଚାରୀ ଓ ସେନା କର୍ମଚାରୀମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଅକ୍ଟୋବର-ଡିସେମ୍ବର ତିନିମାସ ପାଇଁ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ( ସାଧାରଣ ଭବିଷ୍ୟନିଧି ପାଣ୍ଠି) ବା ଜିପିଏଫ ପାଇଁ ସୁଧହାରକୁ ୦.୪ ପ୍ରତିଶତ ବୃଦ୍ଧି କରି ୮ ପ୍ରତିଶତ କରିଛନ୍ତି । ଏହା ଫଳରେ ଜିପିଏଫ ସୁଧହାର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ସହିତ ସମାନ ହୋଇଛି । ଗତ ଜୁଲାଇ-ସେପ୍ଟେମ୍ବର ତିନିମାସରେ ଜିପିଏଫ ସୁଧହାର ୭.୬ ପ୍ରତିଶତ ଥିଲା । ଏ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅଧିନରେ ଥିବା ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ହାର କେନ୍ଦ୍ର ସରକାରୀ କର୍ମଚାରୀ, ରେଳବାଇ ଓ ପ୍ରତିରକ୍ଷା ବାହିନୀ କର୍ମଚାରୀମାନଙ୍କ ପାଇଁ ଲାଗୁ ହେବ । ଗତ ମାସରେ ସରକାରଅକ୍ଟୋବର-ଡିସେମ୍ବର ତିନିମାସ ପାଇଁ ପିପିଏଫ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ(ଏନଏସସି) ର ସୁଧହାର ୦.୪ ପ୍ରତିଶତ ବଢାଇଥିଲେ ।

ସମ୍ବନ୍ଧିତ ଖବର