ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଖୋଲିଲା ୨୭ତମ ନୂଆ ସୋ’ରୁମ୍

ଭୁବନେଶ୍ବର : ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ପାତ୍ରପଡ଼ାଠାରେ ନୂଆ ସ୍ବତନ୍ତ୍ର ସୋ’ରୁମ୍ ଖୋଲାଯାଇଛି। ଏହା ହେଉଛି ରାଜ୍ୟରେ ସଂସ୍ଥାର ୨୭ତମ ଷ୍ଟୋର। ୨୦ ହଜାର ବର୍ଗଫୁଟରେ ବ୍ୟାପିଥିବା ଏହି ତିନି ମହଲା ବିଶିଷ୍ଟ ସୋ’ରୁମ୍‌ରେ ରହିଛି ଇଲେକ୍ଟ୍ରୋନିକ୍ସ, ଆଇଟି ଓ ହୋମ୍ ଫର୍ଣ୍ଣିସିଂ ଉତ୍ପାଦର ସମ୍ଭାର। ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପରିଚାଳନା ନିର୍ଦେଶକ ରାଜେଶ ଗୁପ୍ତା ଓ ସନ୍ତୋଷ ଗୁପ୍ତା ନୂଆ ସୋ’ରୁମ୍‌କୁ ଉଦ୍‌ଘାଟନ କରିଛନ୍ତି।

ଭୁବନେଶ୍ବରର କଳେବର ବଢ଼ୁଥିବା ବେଳେ ପାତ୍ରପଡ଼ା ଓ ଏହାର ନିକଟବର୍ତୀ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ପାତ୍ରପଡ଼ାରେ ନୂଆ ସୋ’ରୁମ୍ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଦ୍ବାରା ଏହି ଅଞ୍ଚଳର ଗ୍ରାହକମାନେ ଉପକୃତ ହେବେ ବୋଲି ରାଜେଶ ଗୁପ୍ତା କହିଛନ୍ତି। ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ସୋ’ରୁମ୍‌ରେ ଇଲେକ୍ଟ୍ରୋନିକ୍ସ, ଫର୍ଣ୍ଣିଚର, କମ୍ପ୍ୟୁଟର, ଲାପ୍‌ଟପ୍, ମୋବାଇଲ୍‌ ଓ ପ୍ରିଣ୍ଟର ଉତ୍ପାଦର ବିଶାଳ ଡିସ୍‌ପ୍ଲେ ରହିଛି। ଉତ୍ପାଦଗୁଡ଼ିକ ଉପରେ ୪୦% ପର୍ଯ୍ୟନ୍ତ ରିହାତି, ପ୍ରତି କିଣା ଉପରେ ମାଗଣା ଉପହାର, ୨୨.୫% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଓ ଏସ୍‌ବିଆଇ କାର୍ଡ ସହ ୭.୫%ର ଅତିରିକ୍ତ କ୍ୟାସ୍‌ବ୍ୟାକ୍, ମାତ୍ର ୫୦% ମୂଲ୍ୟରେ ଗୋଟିଏ ବର୍ଷର ଅତିରିକ୍ତ ୱାରେଣ୍ଟି, ଫର୍ଣ୍ଣିଚର ଉପରେ ୪୦% ରିହାତି ସହ ଅତିରିକ୍ତ ୧୦% ରିହାତି ମିଳୁଛି। ଗ୍ରାହକମାନେ ସହଜ ଫାଇନାନ୍ସ ଓ କମ୍ ମୂଲ୍ୟର କିସ୍ତିରେ ଉତ୍ପାଦ କିଣିପାରିବେ।

ସମ୍ବନ୍ଧିତ ଖବର