‘ହାଭେଲ୍‌ସ ଆଣ୍ଡ୍‌ ଲୟଡ୍‌ସ’ର ବୃହତ ଷ୍ଟୋର

ଭୁବନେଶ୍ବର: ପାହାଳଠାରେ ହାଭେଲ୍‌ସ ଆଣ୍ଡ୍‌ ଲୟଡ୍‌ସର ବିଶାଳ ଷ୍ଟୋର୍‌ ଆଜି ଉଦ୍‌ଘାଟିତ ହୋଇଛି। ଓଡ଼ିଆ ସିନେମା ଜଗତର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସେଲିବ୍ରିଟି ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଅତିଥି ଭାବେ ଯୋଗ ଦେଇ ଷ୍ଟୋର୍‌କୁ ଉଦଘାଟନ କରିଛନ୍ତି। ଏହି ଷ୍ଟୋର୍‌ରେ ଉଭୟ ବ୍ରାଣ୍ଡ୍‌ର ବିସ୍ତୃତ ଉତ୍ପାଦ ବର୍ଗମାଳା ରହିଛି। ଗ୍ରାହକମାନେ ଷ୍ଟୋର୍‌ରେ ସବୁ ଉତ୍ପାଦର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ। ଏଠାରେ ଉଭୟ ବ୍ରାଣ୍ଡ୍‌ର ହୋମ୍ ଆପ୍ଲାଏନ୍‌ସେସ୍‌, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ, ପର୍ସନାଲ୍ କେୟାର ଏବଂ ହୋମ୍ ଆଣ୍ଡ୍ ଅଫିସ ଅଟୋମେସନ୍ ଉତ୍ପାଦ ଉପଲବ୍ଧ ରହିଛି। ଏହି ଅବସରରେ ଉଭୟ ବ୍ରାଣ୍ଡ୍‌ର ସହଯୋଗୀ ସଂସ୍ଥା ଭାବେ ନିଯୁକ୍ତ ହୋଇଥିବା ଗ୍ରାୟତ୍ରୀଦେବୀ ଗ୍ରୁପ୍‌ର ସଂସ୍ଥା ‘ଗାୟତ୍ରୀ ଏଜେନ୍ସି’ର ନିର୍ଦେଶିକା ନିରୁପମା ବିଶ୍ବାଳ, ଉପସଭାପତି ଚିତ୍ତରଞ୍ଜନ ଦେବତା ଓ ମହାପ୍ରବନ୍ଧକ (ବିକ୍ରି) ଜ୍ଞାନ ରଞ୍ଜନ ଉପସ୍ଥିତ ଥିଲେ। ଏହି ଷ୍ଟୋର୍‌ ଜରିଆରେ ସାରା ରାଜ୍ୟ ତଥା ଦେଶର ବିଭିନ୍ନ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାକୁ ଗାୟତ୍ରୀ ଏଜେନ୍ସି ଲକ୍ଷ୍ୟ ରଖିଛି। ଏଥି ସହିତ ଆଉ ଏକ ନୂଆ ସଂସ୍ଥା ‘ସିଷ୍ଟମ୍‌ସ ଇଣ୍ଡିଆ ଆଉଟ୍‌ଡୋର୍‌’ ସହିତ ମଧ୍ୟ ଗାୟତ୍ରୀ ଏଜେନ୍ସି ସହଯୋଗିତା ସ୍ଥାପନ କରିଛି। ଏହା ଜରିଆରେ ଗ୍ରାହକଙ୍କୁ ଅନିଂ, ଲୌଭର୍ସ, ପେରଗୋଲା ଭଳି ଅଗ୍ରଣୀ ବ୍ରାଣ୍ଡ୍ ଏବଂ ବାହ୍ୟ ସୌର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ। ଇଲେକ୍ଟ୍ରିକାଲ୍‌ କନଷ୍ଟ୍ରକ୍ସନ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଗୟତ୍ରୀଦେବୀ ଗ୍ରୁପ୍‌ର ଲୁମ୍‌ କ୍ରାପ୍ଟ ଓ ବିଗ୍ କପ୍ କାଫେ ବ୍ୟବସାୟ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର