ନୂଆଦିଲ୍ଲୀ : ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ୨୦୧୮-୧୯ ଆର୍ଥିକ ବର୍ଷର ମଇ ମାସରେ ବିକ୍ରିରେ ଗତ ବର୍ଷ ତୁଳନାରେ ୧୧ ପ୍ରତିଶତ ଅଭିବୃଦ୍ଧି ହାସଲ ସହିତ ୭୦୬୩୬୫ ୟୁନିଟ୍ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ମଇ ମାସରେ କମ୍ପାନୀ ଗୋଟିଏ ମାସରେ ୭ ଲକ୍ଷ ୟୁନିଟ୍ରୁ ଅଧିକ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି । ଗତ୨୦୧୭ ଆର୍ଥିକ ବର୍ଷରେ ଏହି ସମୟରେ କମ୍ପାନୀ ମୋଟ ୬୩୩୮୮୪ ୟୁନିଟ୍ ଯାନ ବିକ୍ରି କରିଥିଲା । ତୃତୀୟ ଥର ପାଇଁ ମଇ ମାସରେ କମ୍ପାନୀର ବିକ୍ରି ୭ଲକ୍ଷ ୟୁନିଟ୍ ଟପିଛି। ପୂର୍ବରୁ ୨୦୧୮ ମାର୍ଚ୍ଚରେ କମ୍ପାନୀର ବିକ୍ରି ୭୩୦୪୭୩ ୟୁନିଟ୍ ଥିବାବେଳେ ୨୦୧୭ସେପ୍ଟେମ୍ବରରେ ୭୨୦୭୩୯ୟୁନିଟ୍ ଥିଲା। ଏହି ସମୟ ମଧ୍ୟରେ ହିରୋ ମୋଟୋକର୍ପ ଏହାର ପ୍ରିମିୟମ୍ ସେଗମେଣ୍ଟ ଏକ୍ସଟ୍ରିମ୍-୨୦୦-ଆର୍ରେ ନୂଆ ଅଫର ପ୍ରଦାନ କରୁଛି । ଏହି ମୋଟର ସାଇକେଲ ଚଳିତ ୍ରଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ବଜାର ପ୍ରବେଶ କରିଥିଲା। ଚଳିତ ବର୍ଷ ମୌସୁମୀ ସାଧାରଣ ହେବ ବୋଲି ଅନୁମାନ କରାଯାଉଛି। କମ୍ପାନୀ କେତେକ ନୂଆ ଉତ୍ପାଦ ଆଣିବାର ଯୋଜନା ରଖିଛି । ଆସନ୍ତା ମାସ ଗୁଡ଼ିକରେ ହିରୋମୋଟୋ କର୍ପ ଏହାର ଅଭିବୃଦ୍ଧି ହାର ଜାରି ରଖିବା ପାଇଁ ଆଶାବାଦୀ। ସେହିପରି ନୂତନ ଉତ୍ପଦା ମଧ୍ୟରେ ସ୍କୁଟର ତଥା ମୋଟର ସାଇକେଲ ଆଣିବାର ଯୋଜନା ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp