ସାଓମି ସେଲ୍‌: ମାତ୍ର ୫ଟଙ୍କାରେ କିଣନ୍ତୁ ଟିଭି ଓ ମୋବାଇଲ

ନୂଆଦିଲ୍ଲୀ: ଚୀନ କମ୍ପାନି ସାଓମି ଏକ ଜବରଦସ୍ତ ଅଫର ନେଇ ଆସିଛି। ସାଓମିକୁ ଭାରତରେ ୫ବର୍ଷ ପୂରା ହୋଇଯାଇଛି। ଏହି ଅବସରରେ କମ୍ପାନି ନିଜର ପଞ୍ଚମ ଆନିଭର୍ସରି ସେଲର ଘୋଷଣା କରିଛି। ସାଓମି ସେଲ ଜୁଲାଇ ୨୩ରୁ ୨୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ।

ସାଓମି ନିଜ ଗ୍ରାହକଙ୍କ ପାଇଁ ୫ଟଙ୍କାର ଫ୍ଲେସ୍‌ ସେଲ୍‌ ବି ନେଇ ଆସିଛି। ଏହି ସେଲ୍‌ରେ ଗ୍ରାହକ ଜୁଲାଇ ୨୩ରୁ ସନ୍ଧ୍ୟା ୪ରୁ ୬ଟା ମଧ୍ୟରେ କେବଳ ୫ଟଙ୍କାରେ ମୋବାଇଲ ଓ ଟିଭି କିଣି ପାରିବେ।

ଫ୍ଲେସ୍‌ ସେଲ ଜରିଆରେ ଜୁଲାଇ ୨୩କୁ Redmi Note 7Proକୁ ଆପଣ କେବଳ ୫ଟଙ୍କାରେ କିଣି ପାରିବେ। ଏହି ଫୋନ୍‌ର ବଜାର ଦର ୧୫,୯୯୯ ଟଙ୍କା ରହିଛି। ସେହିପରି ଆପଣ ଜୁଲାଇ ୨୩ରେ ସନ୍ଧ୍ୟା ୬ଟା ମଧ୍ୟରେ ୫ଟଙ୍କାରେ ବୋଲଡ ଲାଲ ରଙ୍ଗରେ ରେଡମି ଓ୍ଵାଇ ୩କୁ ବି କିଣି ପାରିବେ। ଏହି ଫୋନ୍‌ରେ ୩ଜିବି ର‍୍ୟାମ ଓ ୩୨ଜିବି ଷ୍ଟୋରେଜ ରହିଛି। ଯାହାର ବଜାର ମୂଲ୍ୟ ୧୧,୯୯୯ଟଙ୍କା ରହିଛି। ଏଥିସହିତ ୩୨ ଇଞ୍ଚର Mi LED TV 4A Proକୁ ବି ଆପଣ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୫ଟଙ୍କାରେ କିଣି ପାରିବେ । ଯାହାର ବଜାର ମୂଲ୍ୟ ୧୪,୯୯୯ଟଙ୍କା ରହିଛି।

ସମ୍ବନ୍ଧିତ ଖବର