ଅବୈଧ ନିର୍ମାଣ, ଭଙ୍ଗାଯିବ

ନୂଆଦିଲ୍ଲୀ: ଅବୈଧ ଉପାୟରେ ରିଅଲ ଇଷ୍ଟେଟ୍‌ କଂପାନି ସୁପରଟେକ୍‌ ପକ୍ଷରୁ ନୋଏଡାରେ ନିର୍ମାଣ କରାଯାଇଥିବା ୪୦ ମହଲା ବିଶିଷ୍ଟ ଟ୍ବିନ୍ ଟାୱାରକୁ ଭାଙ୍ଗିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି। ବିଲଡର୍‌ ସଂସ୍ଥାର ଅର୍ଥବଳ ଓ ପ୍ରଶାସନିକ ଶକ୍ତିର ଅପବ୍ୟବହାର କରି ଏହି ଅବୈଧ ନିର୍ମାଣ କରାଯାଇଛି। ନିଜ ଜୀବନର ସମସ୍ତ ସଞ୍ଚିତ ରାଶିକୁ ଦେଇ ଘରଟିଏ ପାଇବାକୁ ଚାହୁଥିବା ଗ୍ରାହକଙ୍କ ସ୍ବପ୍ନକୁ ଦଳିମକଚି ଦିଆଯାଇଥିବା କୋର୍ଟ କହିଛନ୍ତି। ଏହି ମାମଲାରେ କୋର୍ଟ ୧୪୦ ପୃଷ୍ଠାର ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର