ମୋବାଇଲ ଦର ବଢିଥିଲେ ମଧ୍ୟ ଗ୍ରାହକଙ୍କୁ ତାହା ବିଶେଷ ବାଧିବ ନାହିଁ : ଟେଲିକମ ମନ୍ତ୍ରୀ

ନୂଆଦିଲ୍ଲୀ : ବିଭିନ୍ନ ଟେଲିକମ କମ୍ପାନି ଦର ବଢାଇଥିଲେ ମଧ୍ୟ ତାହା ଗ୍ରାହକଙ୍କୁ ବିଶେଷ ବାଧିବ ନାହିଁ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଏହି ବୃଦ୍ଧି ସତ୍ତ୍ୱେ ଭାରତ ବିଶ୍ୱର ସବୁଠାରୁ ଶସ୍ତା ଡାଟା ଓ କଲ ଯୋଗାଉଥିବା ଦେଶ ରହିବ ବୋଲି ସେ କହିଛନ୍ତି । ଏକ ଟ୍ଵିଟ କରି ସେ କହିଛନ୍ତି ନରେନ୍ଦ୍ର ମୋଦୀ ସରକାର ଯେତେବେଳେ କ୍ଷମତାକୁ ଆସିଥିଲେ ସେତେବେଳେ ୧ ଜିବି ପାଇଁ ଟ.୨୬୮.୯୭ ବ୍ୟୟ କରିବାକୁ ପଡୁଥିଲା । ଏବେ ତାହା ୧୧ଟଙ୍କା ୭୮ ପଇସାକୁ ଖସିଆସିଛି । ଟେଲିକମ କମ୍ପାନିମାନେ ନିଜର ଡାଟା ଓ କଲ ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ସଂପର୍କରେ ଗତ ୧ ତାରିଖରେ ଘୋଷଣା କରିଥିଲେ । ଏୟାରଟେଲ ଓ ଭୋଡୋଫୋନର ବର୍ଦ୍ଧିତ ଦର ଆଜି ଠାରୁ ଲାଗୁ ହୋଇଥିବାବେଳେ ଜିଓର ବର୍ଦ୍ଧିତ ଦର ୬ ତାରିଖରୁ ଲାଗୁ ହେବ ।
ଗତ ସପ୍ତାହରେ ମୋବାଇଲ କଲ ତାରିଫର ଫ୍ଲୋର ପ୍ରାଇସ ବା ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣକୁ ନେଇ ଟେଲିକମ ବିଭାଗ ଓ ଟେଲିକମ ନିୟାମକ ଟ୍ରାଇ ମଧ୍ୟରେ କୌଣସି ସହମତି ନହୋଇପାରିବାରୁ ନୂଆ ଦର ଲାଗୁ ହୋଇଥିଲା ।

ସମ୍ବନ୍ଧିତ ଖବର