ରୁଷ୍‌ରୁ ଭାରତ ଯେତେ ତେଲ ଚାହିବ କିଣିପାରିବ: ଆମେରିକା

ନୂଆଦିଲ୍ଲୀ: ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍‌ଠାରୁ ଭାରତ ଯେତେ ଚାହିବ ସେତେ ତେଲ କିଣିପାରିବ ବୋଲି ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜାନେଟ୍ ୟାନେଲନ୍ କହିଛନ୍ତି। ରୁଷ୍ ଉପରେ ଚାପ ସୃଷ୍ଟି କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ କଠୋର କଟକଣା ଲଗାଇଛନ୍ତି। ସେଥିରେ ତେଲକୁ ସାମିଲ କରାଯାଇନଥିଲା। ମାତ୍ର ଜି-୭ ପକ୍ଷରୁ ରୁଷ୍ ତେଲ ମୂଲ୍ୟର ଏକ ସୀମା‌ ନିର୍ଧାରଣ କରାଯାଇଛି। ତାହାର ପ୍ରକୃତ ଲକ୍ଷ୍ୟ ହେଉଛି ରୁଷ୍‌ର ଆୟ ଉତ୍ସକୁ ସଙ୍କୁଚିତ କରିବା। ତେବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କଟକଣା ସତ୍ତ୍ବେ ଭାରତ ରୁଷ୍‌ରୁ ତେଲ କିଣିବା ବନ୍ଦ କରୁନାହିଁ।

ଓଲଟା ରେକର୍ଡ ପରିମାଣର ତେଲ କିଣୁଛି। ଯେହେତୁ ରୁଷ୍ ରିହାତି ଦାମ୍‌ରେ ତେଲ ଯୋଗାଉଛି, ସେହି ସୁଯୋଗ ହାତ ଛଡ଼ା କରିବାକୁ ଭାରତ ଚାହୁନାହିଁ। ତେଲ ନକିଣିବା ଲାଗି ପରୋକ୍ଷରେ ବିଭିନ୍ନ ଦେଶରୁ ଯେଉଁ ଚାପ ପଡ଼ୁଛି ତାହାକୁ ଭାରତ ବିଶେଷ ଧ୍ୟାନ ଦେଉନାହିଁ। ରୁଷ୍‌ଠାରୁ ୟୁରୋପୀୟ ସଂଘ ତେଲ କିଣିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାରୁ ମଧ୍ୟ ଭାରତ ଉପରେ ଚାପ ରହିଛି।

ସମ୍ବନ୍ଧିତ ଖବର