ଏମ୍ସରେ ତିନିଦିନିଆ ଆଇଏପିଏସ୍‌ଏମ୍‌ ଜାତୀୟ ଯୁବ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସରେ ଚାଲିଥିବା ତିନିଦିନିଆ ଆଇଏପିଏସଏମ୍‌ ଜାତୀୟ ଯୁବ ସମ୍ମିଳନୀ ଉଦ୍‌ଯାପିତ ହୋଯାଇଛି। ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏମ୍‌ସର ବିଶେଷଜ୍ଞଙ୍କ ସହ ଦେଶର ବିଭିନ୍ନ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରୁ ପାଞ୍ଚଶହରୁ ଅଧିକ ଯୁବ ଚିକିତ୍ସକ ଅଂଶ୍ରହଣ କରିଥଲେ। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ ସହିତ “ନିରନ୍ତର ସ୍ୱାସ୍ଥ୍ୟ ପାଇଁ ସମ୍ପ୍ରଦାୟର ଚିକିତ୍ସକ” ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମକୁ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍‌ ଡା. ଅଶୁତୋଷ ବିଶ୍ବାସ, ପଦ୍ମଶ୍ରୀ ଅଭୟ ବାଙ୍ଗ, ପଦ୍ମଶ୍ରୀ ସି.ଏସ୍‌ ପାଣ୍ଡବ, ହରିବଂଶ ଚୋପ୍ରା, ସୁନୀଲା ଗର୍ଗ ଏବଂ ପୁରଷୋତ୍ତମ ଗିରି ପ୍ରମୁଖ ଉଦ୍‌ଘାଟନ କରିଥିଲେ। ସମାଜର ତୃଣମୂଳ ସ୍ତରରେ ଗୁଣବତ୍ତାସମ୍ପନ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ କମ୍ୟୁନିଟି ଚିକିତ୍ସକଙ୍କ ଆବଶ୍ୟକତା ଉପରେ ଡା. ବିଶ୍ବାସ ଗୁରୁତ୍ବାରୋପ କରିଥିଲେ। ସମ୍ମିଳନୀରେ ଶତାଧିକ ଯୁବ ଚିକିତ୍ସକ, ଜୁନିଅର ଏବଂ ସିନିୟର ଆବାସିକ ଛାତ୍ରଛାତ୍ରୀ, ଏମ୍‌ପିଏଚ୍‌ ଛାତ୍ର ଓ ବିଦ୍ବାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର