ଭାରତର ୧୦ ସୁରକ୍ଷିତ କାର୍, ଜାଣନ୍ତୁ ଆପଣ ଚଲାଉଥିବା ଗାଡ଼ି କେଉଁ ସ୍ଥାନରେ ରହିଛି

ନୂଆଦିଲ୍ଲୀ: କାର୍‌ଗୁଡ଼ିକରେ ଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରି କେଉଁ କାର୍‌ କେତେ ସୁଦୃଢ଼ ତାହା ଜଣାଉଥିବା ବିଶ୍ବସ୍ତରୀୟ ସଂସ୍ଥା ଗ୍ଲୋବାଲ୍ ଏନ୍‌ସିଏପି ଭାରତର ସଡ଼କରେ ଚାଲୁଥିବା ୧୦ ସୁରକ୍ଷିତ କାର୍‌ର ତାଲିକା ଜାରି କରିଛି। ଏଥିରେ ଟାଟା ମୋଟର୍ସ ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଧିକ ଗାଡ଼ି ରହିଛି। ୨୦୧୪ରୁ ୨୦୨୦ ଭିତରେ ଗ୍ଲୋବାଲ୍ ଏନ୍‌ସିଏପି ପକ୍ଷରୁ ମୋଟ ୩୮ଟି କାର୍‌ର ସୁରକ୍ଷା ମାନକ ପରୀକ୍ଷା କରାଯାଇଥିଲା। ତାହାର ତାଲିକାକୁ ଜାରି କରାଯାଇଛି।

ତାଲିକାର ଦଶମ ସ୍ଥାନରେ ଟାଟା ମୋଟର୍ସର ସେଦାନ୍ କାର୍ ଟାଟା ଜେଷ୍ଟ୍। ୨୦୧୪ରେ ଏହାକୁ ଅଟୋ ଏକ୍ସପୋରେ ଉନ୍ମୋଚନ କରାଯାଇଛି। ସୁରକ୍ଷା ପରୀକ୍ଷାରେ ଏହି କାର୍ ‌ଚାରି ଷ୍ଟାର୍‌ ହାସଲ କରିଛି। ମାରୁତି ସୁଜୁକିର ଭିଟାରା ବ୍ରିଜା ନବମ ସ୍ଥାନରେ ରହିଛି।  ଏହାକୁ ମଧ୍ୟ ଫୋର୍ ଷ୍ଟାର୍‌ ରେଟିଂ ମିଳିଥିଲା। ଚାଳକ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଥିରେ ଉତ୍କୃଷ୍ଟ ମାନର ବ୍ୟବସ୍ଥା ରହିଛି। ଏହି ତାଲିକାର ଅଷ୍ଟମ ସ୍ଥାନରେ ମାରୁତୀ ସୁଜୁକି ଏରଟିଗା, ସପ୍ତମ ସ୍ଥାନରେ ଟୟୋଟା ଇଟିଅସ୍ ହାଚ୍‌ବ୍ୟାକ୍, ଷଷ୍ଠରେ ମହିନ୍ଦ୍ରା ମାରାଜୋ ଏମ୍‌ପିଭି, ପଞ୍ଚମରେ ଫକ୍ସୱାଗନ ପୋଲୋ, ଚତୁର୍ଥରେ ଟାଟା ଟିଗୋର ଓ ଟାଟା ଟିଆଗୋ, ତୃତୀୟରେ ଟାଟା ନେକ୍ସନ, ଦ୍ବିତୀୟରେ ଟାଟା ଆଲ୍‌ଟ୍ରୋଜ୍ ଓ ପ୍ରଥମ ସ୍ଥାନରେ ମହିନ୍ଦ୍ରା ଏକ୍ସୟୁଭି ୩୦୦ର ନାମ ରହିଛି।

ଭାରତର ସବୁଠୁ ସୁରକ୍ଷିତ ୩୮ଟି କାର୍‌ ତାଲିକାରେ ମାରୁତି ସୁଜୁକି ଏର୍ଟିଗା, ଫୋର୍ଡ ଆସ୍ପାୟର, ହୋଣ୍ଡା ମୋବିଲିଓ, ରେନୋ ଡଷ୍ଟର, ମାରୁତି ସୁଜୁକି ସ୍ବିଫ୍ଟ, ମାରୁତି ସୁଜୁକି ୱାଗନଆର୍‌, ହୁଣ୍ଡାଇ ସାଣ୍ଟ୍ରୋ, ଡାଟସନ୍ ରେଡିଗୋ, ରେନୋ କ୍ବିଡ୍‌, ଫୋର୍ଡ ଫିଗୋ, ମାରୁତି ଇକୋ, ମାରୁତି ଅଲ୍‌ଟୋ, ରେନୋ ଡଷ୍ଟର, ମହିନ୍ଦ୍ରା ସ୍ପର୍ପିଓ, ରେନୋ ଲଜି, ଡାଟସନ୍ ଗୋ, ସେଭ୍ରୋଲେ ଏଞ୍ଜୟ ଆଦିର ନାମ ରହିଛି।

ସମ୍ବନ୍ଧିତ ଖବର