୨୦୨୦-୨୧ରେ ଦେଶରେ ୭୧୬ ନିୟୁତ ଟନ କୋଇଲା ଉତ୍ପାଦନ ; ଛତିଶଗଡ଼, ଓଡ଼ିଶା ସର୍ବାଧିକ କୋଇଲା ଉତ୍ପାଦନକାରୀ ରାଜ୍ୟ

ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର କୋଇଲା ଉତ୍ପାଦନ ୨ ପ୍ରତିଶତ ହ୍ରାସ ପାଇ ୭୧୬ ନିୟୁତ ଟନରେ ପହଞ୍ଚିଛି । ଏହାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ଦେଶର କୋଇଲା ଉତ୍ପାଦନ ୭୩୦.୮ ନିୟୁତ ଟନ ଥିଲା ବୋଲି କୋଇଲା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏହି ଆର୍ଥିକ ବର୍ଷରେ ଛତିଶଗଡ଼ ୧୫୮.୪ ନିୟୁତ ଟନ କୋଇଲା ଉତ୍ପାଦନ କରି ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ୧୫୪.୫୦ ନିୟୁତ ଟନ କୋଇଲା ଉତ୍ପାଦନ କରି ଦ୍ବିତୀୟ ସ୍ଥାନରେ ଓ ମଧ୍ୟପ୍ରଦେଶ  ୧୩୨.୫ ନିୟୁତ ଟନ କୋଇଲା ଉତ୍ପାଦନ କରି ତୃତୀୟ ସ୍ଥାନରେ ରହିଛନ୍ତି ।

କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଖାଦେଇଥିବା ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଦେଶର କୋଇଲା ଉତ୍ପାଦନ ଓ ଯୋଗାଣ ବିଶେଷ ପ୍ରଭାବିତ ହୋଇନଥିଲା । ଏହା ଫଳରେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ନିଜର ଚାହିଦା ଅନୁସାରେ କୋଇଲା ପାଇପାରିଥିଲେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

୨୦୨୦-୨୧ରେ ଉତ୍ପାଦନ ହୋଇଥିବା ମୋଟ ୭୧୬ ନିୟୁତ ଟନ କୋଇଲା ମଧ୍ୟରୁ ପ୍ରାୟ ୬୮୬ ଟନ କୋଇଲା ରାଷ୍ଟ୍ରାୟତ୍ତ କୋଇଲା ଉଦ୍ୟୋଗମାନେ ଉତ୍ପାଦନ କରିଥିବାବେଳେ ଅବଶିଷ୍ଠ ୩୦ ନିୟୁତ ଟନ ଘରୋଇ କମ୍ପାନିମାନେ ଉତ୍ପାଦନ କରିଥିଲେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର