ବର୍ଷକ ମଧ୍ୟରେ ବିମାନ ମଧ୍ୟରେ ମୋବାଇଲ ଓ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ :ଆଗାମୀ ବର୍ଷକ ମଧ୍ୟରେ ବିମାନ ଭିତରେ ମୋବାଇଲ ଓ ଇଣ୍ଟରନେଟ ସେବା ମିଳିବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି । ଏହି ସେବାର ପରିଚାଳନାଗତ ବ୍ୟବସ୍ଥାଗୁଡ଼ିକୁ ଚୂଡାନ୍ତ କରିବାକୁ ଆସନ୍ତା ୧୦ ଦିନ ମଧ୍ୟରେ ଦୂରସଂଚାର ବିଭାଗ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅଧିକାରୀମାନେ ଆଲୋଚନା କରିବେ । ଏହି ବୈଠକରେ ଟେଲିକମ କମ୍ପାନି ଓ ବିମାନସେବା କମ୍ପାନିମାନେ ମଧ୍ୟ ଯୋଗ ଦେବେ । ଇନ-ଫ୍ଲାଇଟ କନେକ୍ଟିଭିଟି ପାଇଁ ଗତ ବର୍ଷେ ହେଲା ସରକାର ଉଦ୍ୟମ କରୁଛନ୍ତି । ଟେଲିକମ କମିଶନ ଏହା ପୂର୍ବରୁ ଏହି ସେବା ଲାଗି ଅନୁମତି ଦେଇସାରିଛି ।

ଏହି ସେବା କେବଳ ଭାରତୀୟ ଉଡ଼ାଣ ସୀମା ମଧ୍ୟରେ ସର୍ବାଧିକ ୩ହଜାର ମିଟର ଉଚ୍ଚତାପର୍ଯ୍ୟନ୍ତ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଫ୍ଲାଇଟ୍‌ ଭିତରେ ଓ୍ଵାଇଫାଇ ସେବା ପ୍ରଦାନ ପାଇଁ ମଧ୍ୟ କେତେକ ସର୍ତ୍ତ ରହିବ । ଇନଫ୍ଲାଇଟ୍‌ ମୋଡ୍‌ ବ୍ୟବସ୍ଥା ଥିବା ଇଲେକ୍ଟ୍ରୋନିକ ଉପରକରଣ ଗୁଡିକୁ ହିଁ ଓ୍ଵାଇଫାଇ ବ୍ୟବହାର କରିବାକୁ ଅନୁମତି ଦିଆଯିବ । ପୁଣି ଏହି ସେବା ପ୍ରଦାନ ପାଇଁ ଟେଲିକମ ଅପରେଟର ମାନଙ୍କୁ ସ୍ୱତନ୍ତ୍ରଭାବେ ଇନଫ୍ଲାଇଟ୍‌ କନେକ୍ଟିଭିଟି ସେବା ଲାଇସେନ୍ସ ନେବାକୁ ପଡିବ । ବିଦେଶୀ ଅପରେଟରମାନେ ମଧ୍ୟ ଏହି ଲାଇସେନ୍ସ ପାଇପାରିବେ ।

ସମ୍ବନ୍ଧିତ ଖବର