ଇନ୍‌ଫୋସିସ୍‌ ତଥ୍ୟକୁ ଭଗବାନ ବି ବଦଳାଇପାରିବେନି: ନିଲେକାନି

ବେଙ୍ଗାଲୁରୁ : ଆକାଉଣ୍ଟିଙ୍ଗ୍‌ ତଥ୍ୟ ଜାଲିଆତି କରୁଥିବା ଅଭିଯୋଗ ସାମ୍ନା କରିଥିବା ଇନ୍‌ଫୋସିସ୍‌ର ଅଧ୍ୟକ୍ଷ ନନ୍ଦନ ନିଲେକାନି ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଇନ୍‌ଫୋସିସ୍‌ରେ ସୁଦୃଢ଼ ବ୍ୟବସ୍ଥା ରହିଛି। ଭଗବାନ ବି ଇନ୍‌ଫୋସିସ୍‌ର ତଥ୍ୟ ବଦଳାଇପାରିବେ ନାହିଁ ବୋଲି ସେ କହିଛନ୍ତି। ‌ହିସାବ ଖାତାରେ ହେରଫେର ହେଉଥିବା ଅଭିଯୋଗର କୌଣସି ପ୍ରଭାବ କଂପାନି ଉପରେ ପଡ଼ିନାହିଁ। ଏବେବି ଏହା ବହୁତ ବଡ଼ ବଡ଼ କଣ୍ଟ୍ରାକ୍ଟ ହାସଲ କରୁଛି। ଇନ୍‌ଫୋସିସ୍‌ ଉପରେ ଏହାର ଗ୍ରାହକମାନେ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି। ଇନ୍‌ଫୋସିସ୍‌ର ସିଇଓ ସଲିଲ୍‌ ପାରେଖ ଓ ସିଏଫ୍‌ଓ ନିଲଞ୍ଜନା ରାୟଙ୍କ ବିରୋଧରେ ଆକାଉଣ୍ଟିଙ୍ଗ୍‌ ତଥ୍ୟ ହେରଫେର ଅଭିଯୋଗ ଆସିଛି। ଜଣେ ହ୍ବିସିଲ୍‌ବ୍ଲୋୟର ଏହି ଅଭିଯୋଗ କରିଛନ୍ତି। ତେ‌ବେ ଉକ୍ତ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଇନ୍‌ଫୋସିସ୍‌ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର