ଫିକ୍ସଡ ଡିପୋଜିଟ ଉପରେ ସୁଧହାର ବଢାଇଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ

ମୁମ୍ବାଇ : ନିଜର ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ୍‌ ) ଉପରେ ସୁଧହାର ବଢାଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ବିଭିିନ୍ନ ମିଆଦ ଉପରେ ଏହି ସୁଧହାର ୫ରୁ ୧୦ ବେସିସ ପଏଣ୍ଟ ( .୦୫ ରୁ .୧୦%) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆସନ୍ତା ମାସ ପ୍ରଥମ ସପ୍ତାହରେ ରିଜର୍ଭ ବ୍ୟାଙ୍କ ନିଜର ଦ୍ୱିମାସିକ ଋଣନୀତି ସମୀକ୍ଷା କରିବାକୁ ଯାଉଥିବାବେଳେ ଷ୍ଟେଟ ବ୍ୟାଙ୍କର ଏକ ନିଷ୍ପତ୍ତି ବେଶ ଗୁରୁତ୍ୱ ବହନ କରୁଛି । ଷ୍ଟେଟ ବ୍ୟାଙ୍କ ପରେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ସମାନ ପ୍ରକାରର ପଦକ୍ଷେପ ନେଇପାରନ୍ତି । ଏହି ନୂଆ ହାର ଆଜିଠାରୁ ଲାଗୁ ହେଉଛି ।

୧ ବର୍ଷରୁ ଅଧିକ ଓ ୨ ବର୍ଷରୁ କମ ମିଆଦ ବିଶିଷ୍ଟ ସ୍ଥାୟୀ ଜମା ଉପରେ ସୁଧହାର ୬.୭୦ ପ୍ରତିଶତରୁ ୬.୮୦ ପ୍ରତିଶତ କରାଯାଇଛି । ସେହିପରି ୨ ବର୍ଷରୁ ଅଧିକ ମାତ୍ର ୩ ବର୍ଷରୁ କମ ସ୍ଥାୟୀ ଜମା ଉପରେ ସୁଧହାର ୬.୭୫ ପ୍ରତିଶତରୁ ୬.୮୦ ପ୍ରତିଶତ କରାଯାଇଛି । ଅନ୍ୟ ସବୁ ମିଆଦ ପାଇଁ ସୁଧହାର ଅପରିବର୍ତ୍ତିତ ରହିଛି । ୧ କୋଟିରୁ କମ ପରିମାଣର ସ୍ଥାୟୀ ଜମା ଉପରେ ଏହି ସୁଧାହାର ଲାଗୁ ହେବ ।

ସମ୍ବନ୍ଧିତ ଖବର