ବଜାରରେ ‘ଜେଏସ୍‌ଡବ୍‌୍‌ଲ୍ୟୁ ନିଓଷ୍ଟିଲ୍‌’ ଟିଏମ୍‌୍‌ଟି ବାର୍‌

ଭୁବନେଶ୍ୱର: ଓଡ଼ିଶା ବଜାରରେ ଜେଏସ୍‌ଡବ୍‌ଲ୍ୟୁ ନିଓଷ୍ଟିଲ୍‌ ଟିଏମ୍‌ଟି ବାର୍‌ ବିକ୍ରି ଆରମ୍ଭ ହୋଇଛି। ନିୟତି ଉଦ୍ୟୋଗ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ବିତରକ ଭାବେ ନିଯୁକ୍ତ ହୋଇ ଟିଏମ୍‌ଟି କାରବାର ପରିଚାଳନା କରୁଛି। କଂପାନି ପକ୍ଷରୁ ଉତ୍ପାଦକୁ ପ୍ରଦର୍ଶନ କରିବା ପାଇଁ ଏକ ଡିଲର ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଥିରେ ଜେଏସ୍‌୍‌ଡବ୍‌୍‌ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌ର ଆଞ୍ଚଳିକ ମୁଖ୍ୟ (ବିକ୍ରି ଏବଂ ମାର୍କେଟିଂ) ଫିରୋଜ୍‌ ଖାନ୍‌ ଏବଂ ପ୍ରବନ୍ଧକ ଅମ୍ରିତାଶୁଂ ରଞ୍ଜନଙ୍କ ସହିତ ନିୟତି ଉଦ୍ୟୋଗର ଗୋବିନ୍ଦ ଦୋରଓ୍ଵାଲ୍‌ ଉପସ୍ଥିତ ଥିଲେ। ଏହି ଅବସରରେ ୧୫୦ ପାଖାପାଖି ଡିଲର୍‌ ଯୋଗ ଦେଇଥିଲେ। କର୍ଣ୍ଣାଟକର ବେଲାରିଠାରେ ଥିବା ଜେଏସ୍‌ଡବ୍‌ଲ୍ୟୁର କାରଖାନାରେ ଏହି ଟିଏମ୍‌ଟି ବାର୍‌ ଉତ୍ପାଦନ କରାଯାଉଛି ଯାହାର ବାର୍ଷିକ କ୍ଷମତା ହେଉଛି ୪୦ ଲକ୍ଷ ଟନ୍‌। ଆସନ୍ତା ୬ ମାସ ଭିତରେ ଏହି ଟିଏମ୍‌ଟି ବାର୍‌ ସାରା ରାଜ୍ୟରେ ଉପଲବ୍ଧ ହେବ ବୋଲି ଶ୍ରୀ ଦୋରଓ୍ଵାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର