ନୂଆଦିଲ୍ଲୀ: କାଓ୍ଵାସାକି ପକ୍ଷରୁ ଭାରତରେ କ୍ରୁଜର୍ ମୋଟରସାଇକେଲ୍ ‘ଭଲ୍କାନ୍ ଏସ୍’ର ଉନ୍ମୋଚନ କରାଯାଇଛି। ଦିଲ୍ଲୀରେ ଏହି ବାଇକ୍ର ଏକ୍ସସୋ’ରୁମ୍ ମୂଲ୍ୟ ୫ ଲକ୍ଷ ୪୪ ହଜାର ଟଙ୍କା ରହିଛି। ତେବେ କମ୍ପାନି ଆସନ୍ତା ଫେବ୍ରୁଆରିରେ ହେବାକୁ ଥିବା ଅଟୋ ଏକ୍ସପୋରେ ଏହି ନୂଆ ବାଇକ୍ର ଅଫିସିଆଲ ଉନ୍ମୋଚନ କରିବ ବୋଲି କହିଛି। କିନ୍ତୁ ଏହି ବାଇକ୍ ପାଇଁ କମ୍ପାନିର ସୋ’ରୁମ୍ ଗୁଡ଼ିକରେ ବୁକିଂ ଆରମ୍ଭ ହୋଇଯାଇଛି। ବାଇକ୍ରେ ୬୫୦ ସିସିର ଇଞ୍ଜିନ ଲାଗିଛି। ବାଇକ୍ର ଆଗରେ ୩୦୦ ଏମ୍ଏମ୍ ଏବଂ ପଛରେ ୨୫୦ ଏମ୍ଏମ୍ର ଡିସ୍କ ବ୍ରେକ୍ ରହିଛି।